Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ହୋଟେଲରେ କଂଗ୍ରେସ ବିଧାୟକଙ୍କ ମେଳି, ରାଜନୀତି ସରଗରମ

    Share on :
    ajab-Image
    Date: Sep 18, 2021    Views: 5557

    ରାୟପୁର : ଛତିଶଗଡ଼ କଂଗ୍ରେସରେ କନ୍ଦଳ ଲାଗି ରହିଥିବାବେଳେ ଗତକାଲି ରାୟପୁରର ଏକ ପଞ୍ଚତାରତା ହୋଟେଲରେ ୨୭ ବିଧାୟକ ଏକାଠି ହେବା ବିଷୟକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି । ହୋଟେଲରେ ବୈଠକ କରିଥିବା ବିଧାୟକମାନେ ଦିଲ୍ଲୀ ଯାଇ ଦଳର ବରିଷ୍ଠ ନେତାମାନଙ୍କୁ ଭେଟିବା ଯୋଜାନ କରିଛନ୍ତି । ସେମାନେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ କିମ୍ବା ସ୍ୱାସ୍ଥ୍ୟ ମନ୍ତ୍ରୀ ଟିଏସ ଦେଓ କାହାକୁ ସମର୍ଥନ କରିବେ ତାହା ଜଣାପଡ଼ିନି । ଉଲ୍ଲେଖଯୋଗ୍ୟ, ଗତ ମାସରୁ ଟିଏସ ଦେଓ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି କରି ଆସୁଛନ୍ତି । ସରକାର ଗଠନ ସମୟରେ ନିଷ୍ପତ୍ତି ହୋଇଥିଲା ଯେ, ଭୂପେଶ ବାଘେଲ ଅଢେ଼ଇ ବର୍ଷ ଏବଂ ଟିଏସ ଦେଓ ଅଢେ଼ଇ ବର୍ଷ ମୁଖ୍ୟମନ୍ତ୍ରୀ ରହିବେ । ବାଘେଲ ମଧ୍ୟ ଏଥିରେ ସମ୍ମତି ପ୍ରକାଶ କରିଥିଲେ । କିନ୍ତୁ ଏବେ ବାଘେଲ ଏହି ନିଷ୍ପତ୍ତିରେ ପଛଘୁଞ୍ଚା ଦେଇଛନ୍ତି । ସେଥିପାଇଁ ଦଳରେ କନ୍ଦଳ ବଢ଼ିଛି ।

    Maximum 500 characters

    ରାଜନୀତି View all

    Find Us on Facebook