Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    କଂଗ୍ରେସରେ ଜି୨୩ ବୋଲି କୌଣସି ଗୋଷ୍ଠୀ ନାହିଁ :ଥରୁୁର

    Share on :
    ajab-Image
    Date: Oct 4, 2022    Views: 3492

    ହାଇଦରାବାଦ୍‌ : ବିଜେପିକୁ ପରାସ୍ତ କରିବାକୁ ହେଲେ କଂଗ୍ରେସର ନବୀକରଣ ନିହାତି ଆବଶ୍ୟକ ବୋଲି ମତ ଦେଇଛନ୍ତି ବରିଷ୍ଠ ନେତା ଶଶୀ ଥରୁୁର। କଂଗ୍ରେସ ଅଧ୍ୟକ୍ଷ ପଦ ନିମନ୍ତେ ନିର୍ବାଚନ ଲଢ଼ୁଥିବା ଥରୁୁର ପ୍ରଚାର ପାଇଁ ହାଇଦରାବାଦ୍‌ରେ ଅଛନ୍ତି। ଅଧ୍ୟକ୍ଷ ପଦ ନିମନ୍ତେ ତରୁର୍‌ଙ୍କ ମୁକାବିଲା ମଲ୍ଲିକାର୍ଜୁନ ଖଡଗେଙ୍କ ସହ ହେବ।
     ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ଥରୁୁର କହିଥିଲେ ଗତ ଦୁଇଟି ସାଧାରଣ ନିର୍ବାଚନରେ କଂଗ୍ରେସ ପରାସ୍ତ ହୋଇଛି। ତେଣୁ ଆଗାମୀ ନିର୍ବାଚନରେ ବିଜେପିକୁ ପରାସ୍ତ କରିବାକୁ ହେଲେ କଂଗ୍ରେସରେ ନବୀକରଣ ଆବଶ୍ୟକ। ନୂଆ ରଣନୀତି ପ୍ରସ୍ତୁତ କରିବା ସହ ନୂତନ ଉତ୍ସାହ କର୍ମୀମାନଙ୍କ ମଧ୍ୟରେ ଭରି ଦେଲେ କଂଗ୍ରେସ ପୁନର୍ବାର କେନ୍ଦ୍ରରେ କ୍ଷମତାକୁ ଫେରିବ।
    ଅନ୍ୟପକ୍ଷରେ କଂଗ୍ରେସରେ ଜି୨୩ ନାମକ କୌଣସି ଗୋଷ୍ଠୀ ନ ଥିବା ତରୁର୍‌ କହିଛନ୍ତି। ସୂଚନାଥାଉ କି କଂଗ୍ରେସର ପରିଚାଳନାଗତ ଢାଞ୍ଚାରେ ପରିବର୍ତ୍ତନ ପାଇଁ ଜି୨୩ ଗୋଷ୍ଠୀ ତରଫରୁ ପୂର୍ବରୁ ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖାଯାଇଥିଲା। ତରୁର୍‌ ସେହି ଜି୨୩ ଗୋଷ୍ଠୀ ସଦସ୍ୟ ବୋଲି ଚର୍ଚ୍ଚା ହେଉଛି। ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ଥରୁୁର  କହିଛନ୍ତି କଂଗ୍ରେସରେ ଜି୨୩ ବୋଲି କୌଣସି ଗୋଷ୍ଠୀ ନାହିଁ। ଏହା ଗଣମାଧ୍ୟମର ମନଗଢ଼ା କଥା। କଂଗ୍ରେସର ପରିଚାଳନାରେ ପରିବର୍ତ୍ତନ ଅଣାଯିବା ଉଚିତ୍‌ ବୋଲି ଏକଶହରୁ ଅଧିକ ନେତା ଏକମତ ହୋଇଥିଲେ। ସେହି ସମୟରେ କରୋନା ସଂକ୍ରମଣ ବ୍ୟାପିବାରୁ ଦିଲ୍ଲୀରେ ଥିବା ୨୩ଜଣ ନେତା ଏ ସଂକ୍ରାନ୍ତୀୟ ପତ୍ରରେ ଦସ୍ତଖତ କରିଥିଲେ। ପରବର୍ତ୍ତୀ ସମୟରେ ଗଣମାଧ୍ୟମ ତରଫରୁ ଏହାକୁ ନେଇ ଜି୨୩ ଗୋଷ୍ଠୀ ଥିବା ପ୍ରଚାର କରାଯାଇଥିଲା ବୋଲି ଥରୁୁର  ସ୍ପଷ୍ଟ କରି ଦେଇଛନ୍ତି।
    ଅଧ୍ୟକ୍ଷ ପଦ ନିମନ୍ତେ ତାଙ୍କ ସହ ଖଡଗେ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ସେମାନେ ପରସ୍ପରର ଶତ୍ରୁ ନୁହନ୍ତି ବୋଲି ଥରୁୁର କହିଛନ୍ତି। ଖଡଗେ ଦଳର ବରିଷ୍ଠ ନେତା ହୋଇଥିବାରୁ ସେ ତାଙ୍କୁ ସମ୍ମାନ ଦିଅନ୍ତି। ତେବେ ଖଡଖେ ଦଳରେ ପରବର୍ତ୍ତନ ଆଣିବାକୁ ସକ୍ଷମ ହେବେ ନାହିଁ ବୋଲିଥରୁୁର କହିଥିଲେ। ଦଳରେ ପରିବର୍ତ୍ତନ ଆଣିବାକୁ ସେ ସକ୍ଷମ ବୋଲି ଥରୁୁର କହିବା ସହ କର୍ମୀମାନେ ତାଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook