Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    କଂଗ୍ରେସ ଅଧ୍ୟକ୍ଷ ପଦ:ମଲ୍ଲିକାର୍ଜୁନ -ଶଶୀ ମୁକାବିଲା

    Share on :
    ajab-Image
    Date: Oct 2, 2022    Views: 3625

    ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ପଦ ନିମନ୍ତେ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଓ ଶଶୀ ତରୁର୍‌ଙ୍କ ମଧ୍ୟରେ ମୁକାବିଲା ହେବ। ଅଧ୍ୟକ୍ଷ ପଦ ନିମନ୍ତେ ଶୁକ୍ରବାର ଖଡଗେ ଓ ତରୁର୍‌ଙ୍କ ବ୍ୟତୀତ ଝାଡ଼ଖଣ୍ଡର ପୂର୍ବତନ ମନ୍ତ୍ରୀ କେଶରୀ ନାଥ ତ୍ରିପାଠୀ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ତେବେ ଶନିବାର ଯାଞ୍ଚ ସମୟରେ ତ୍ରିପାଠୀଙ୍କ ପ୍ରାର୍ଥିପତ୍ର ନାକଚ ହୋଇଯାଇଥିବା କଂଗ୍ରେସ ନିର୍ବାଚନ ଅଧିକାରୀ ମଧୁସୂଦନ ମିସ୍ତ୍ରି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଖଡଗେ ୧୪ଟି, ଥରୁର୍‌ ୫ଟି ଓ ତ୍ରିପାଠୀ ଗୋଟିଏ ସେଟ୍‌ ପ୍ରାର୍ଥିପତ୍ର ଦାଖଲ କରିଥିବା ସେ ସୂଚନା ଦେଇଥିଲେ। ତ୍ରିପାଠୀଙ୍କ ପ୍ରାର୍ଥିପତ୍ରରେ ପ୍ରସ୍ତାବକଙ୍କ ସ୍ବାକ୍ଷର ଅମେଳ ହୋଇଥିବାରୁ ତାହାକୁ ନାକଚ କରାଯାଇଥିବା ମିସ୍ତ୍ରି କହିଥିଲେ। ତ୍ରିପାଠୀଙ୍କ ପ୍ରାର୍ଥିପତ୍ର ନାକଚ ହୋଇଥିବାରୁ କଂଗ୍ରେସ ଅଧ୍ୟକ୍ଷ ପଦ ନିମନ୍ତେ ଖଡଗେ ଓ ତରୁର୍‌ଙ୍କ ମଧ୍ୟରେ ମୁକାବିଲା ହେବା ସ୍ପଷ୍ଟ ହୋଇଯାଇଛି।
    ଅନ୍ୟପକ୍ଷରେ ଖଡଗେ ରାଜ୍ୟସଭାର ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। କଂଗ୍ରେସରେ ଗୋଟିଏ ବ୍ୟକ୍ତି, ଗୋଟିଏ ପଦ ନିୟମ ରହିଥିବାରୁ ଖଡଗେ ରାଜ୍ୟସଭା ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ଖଡଗେ ଇସ୍ତଫା ଦେଇଥିବାରୁ ଦିଗ୍‌ବିଜୟ ସିଂହ ଓ ପି. ଚିଦାମ୍ବରମ୍‌ଙ୍କ ମଧ୍ୟରୁ ଜଣେ ରାଜ୍ୟସଭାର ବିରୋଧୀ ଦଳ ନେତା ହେବାର ସମ୍ଭାବନା ରହିଛି।
    କଂଗ୍ରେସ ଅଧ୍ୟକ୍ଷ ପଦ ନିମନ୍ତେ ଅକ୍ଟୋବର ୧୭ରେ ଭୋଟ ଗ୍ରହଣ ହେବ ଏବଂ ୧୯ରେ ଗଣତି ହେବ। ଏଥିରେ ୯୧୦୦ରୁ ଅଧିକ ସଦସ୍ୟ ଭୋଟ ଦେବେ। 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook