Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    କଂଗ୍ରେସର ଗୁପ୍ତ ବୈଠକ, କାହିଁକି ଜାଣନ୍ତୁ

    Share on :
    ajab-Image
    Date: Sep 16, 2021    Views: 5733

    ନବରଙ୍ଗପୁର: ରାଜନୈତିକ ଚର୍ଚ୍ଚାର ଏବେ କେନ୍ଦ୍ରବିନ୍ଦୁ ପାଲଟିଛି ନବରଙ୍ଗପୁର । କୋଟପାଡ଼ର ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝି ବିଜେଡିରେ ଯୋଗ ଦେବା ପରେ ନବରଙ୍ଗପୁର ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଖୁବ ଶୀଘ୍ର ସେ ହାତ ଛାଡ଼ୁଥିବା ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି । ଆଜି କଂଗ୍ରେସ ଏକ ଗୁପ୍ତ ବୈଠକ ଆୟୋଜନ କରୁଥିବା ବେଳେ ଏଥିରେ ଅବିଭକ୍ତ କୋରାପୁଟର ବହୁ ଟାଣୁଆ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଦଳ ଛାଡୁ୍ଥିବା ନେତାଙ୍କୁ ଜିଲ୍ଲାରେ କିଭଳି ସମ୍ମୁଖୀନ କରି ହେବ ଓ ଆଗାମୀ ପଞ୍ଚାୟତ ନିର୍ବାଚନରେ କିଭଳି ନିଜ ନେତାଙ୍କୁ ଏକଜୁଟ କରି ଲଢେ଼ଇ କରିବ ସେ ନେଇ ରଣନୀତି ପ୍ରସ୍ତୁତ କରାଯିବ । ପ୍ରଦୀପଙ୍କ ଇସାରାରେ ଚନ୍ଦ୍ରଶେଖର ଦଳ ଛାଡ଼ିଥିବା ଓ ଅଳ୍ପ ଦିନ ମଧ୍ୟରେ ପ୍ରଦୀପ ମଧ୍ୟ ‘ଶଙ୍ଖ’ ମୁହାଁ ହେଉଥିବା ରାଜନୈତିକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ପ୍ରଦୀପ ଏ ନେଇ ସ୍ପଷ୍ଟ ଭାବେ କିଛି କହୁନଥିଲେ ହେଁ ତାଙ୍କ ସହଯୋଗୀମାନେ ଏ ନେଇ ଆଭାସ ଦେଇସାରିଲେଣି ।

    Maximum 500 characters

    ରାଜନୀତି View all

    Find Us on Facebook