ଭୁବନେଶ୍ୱର: ଆସନ୍ତା ୨୮ ତାରିଖରୁ ବର୍ମିଂହାମରେ ଆରମ୍ଭ ହେବ କମନୱେଲ୍ଥ ଗେମ୍ । ଏଥିପାଇଁ ଭାରତୀୟ ଆଥଲେଟିକ ଦଳ ଆଜି ବର୍ମିଂହାମ ଯାତ୍ରା କରିଛି । ଏହି ଦଳରେ ଓଡ଼ିଶାରୁ ଅଲିମ୍ପିଆନ ଦୂତି ଚାନ୍ଦ ଏବଂ ଶ୍ରାବଣୀ ନନ୍ଦ ରହିଛନ୍ତି । ଦୂତି ଯାତ୍ରା ସମୟର ଫଟୋ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି । ଭାରତୀୟ ମହିଳା ୪ ଗୁଣା ୧୦୦ ମିଟର ରିଲେ ଦଳରେ ଦୂତି ଓ ଶ୍ରାବଣୀ ସ୍ଥାନ ପାଇଛନ୍ତି । ଏହି ଦଳରେ ହିମା ଦାସ, ଏମ୍.ଭି ଝିଲନା ଓ ଏନଏସ ସିମି ମଧ୍ୟ ସାମିଲ ରହିଛନ୍ତି ।
Comments ସମସ୍ତ ମତାମତ