Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    କମନୱେଲ୍‌ଥ ଗେମରୁ ବାଦ ପଡ଼ିଲେ ନୀରଜ

    Share on :
    ajab-Image
    Date: Jul 27, 2022    Views: 3966

    ନୂଆଦିଲ୍ଲୀ: ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆରମ୍ଭ ହେବାର ଦିନକ ପୂର୍ବରୁ ଭାରତକୁ ଶକ୍ତ ଧକ୍କା ଲାଗିଛି । ସ୍ୱର୍ଣ୍ଣ ପଦକ ଦାବିଦାର କୁହାଯାଉଥିବା ଜାଭେଲିନ୍‌ ତାରକା ନୀରଜ ଚୋପ୍ରା ଆହତ ହୋଇ ବାଦ୍‌ ପଡ଼ିଛନ୍ତି । ସଦ୍ୟଶେଷ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପର ଜାଭେଲିନ ଫାଇନାଲ ସମୟରେ ତାଙ୍କ ଡ଼ାହାଣ ଜଙ୍ଘ ପଛପଟ ମାଂଶପେଶୀ ଟାଣି ହୋଇଯାଇଥିଲା । ଟୋକିଓ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦଳର ଧ୍ୱଜା ବାହାକ ମନୋନୀତ ହୋଇଥିଲା । ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆସନ୍ତା ୨୮ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୮ତାରିଖ ଶେଷ ହେବ । ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ନୀରଜ ରୌପ୍ୟ ପଦକ ଜିତି ଇତିହାସ ରଚିଥିଲେ । ଦ୍ୱିତୀୟ ଭାରତୀୟ ଭାବେ ଏହି ମର୍ଯ୍ୟାଦାଜନକ କ୍ରୀଡ଼ାରେ ପଦକ ଜିତିବାରେ ସଫଳ ହୋଇଥିଲା ।

    ଜାଭେଲିନ ଫାଇନାଲର ଚତୁର୍ଥ ପ୍ରୟାସରେ ନୀରଜ ୮୮.୧୩ମିଟର ଦୂରକୁ ଜାଭେଲିନ୍‌ ଫିଙ୍ଗି ପଦକ ନିଶ୍ଚିତ କରିଥିଲେ । ଏହି ପ୍ରୟାସ ବେଳେ ତାଙ୍କ ଜଙ୍ଘ ପଛପଟ ମାଂଶପେଶୀ ଟାଣି ହୋଇଯାଇଥିଲା । ଫଳରେ ସେ ଶେଷ ୨ଟି ପ୍ରୟାସରେ ପ୍ରଦର୍ଶନରେ ଉନ୍ନତି  ଆଣିବାରେ ବିଫଳ ହୋଇଥିଲା । ନୀରଜଙ୍କ ଆହତ ସମସ୍ୟା ସମ୍ପର୍କରେ ସୂଚନା ଦେଇ ଆଇଓଏ ମହାସଚିବ ରାଜୀବ ମେହେଟା କହିଛନ୍ତି, ନୀରଜ ଆହତ ଅଛନ୍ତି । ଶତପ୍ରତିଶତ ଫିଟ୍‌ ନଥିବାରୁ ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେବେନି ବୋଲି ଆମକୁ ଜଣାଇଥିଲେ । ଗତ ସୋମବାର ଆମେରିକାରେ ତାଙ୍କ ଆହତ ସ୍ଥାନରେ ଏମଆରଆଇ ସ୍କାନ କରାଯାଇଥିଲା । ରିପୋର୍ଟରେ ଆହତ ଥିବା ଜଣାପଡ଼ିବା ପରେ ଡ଼ାକ୍ତରୀ ଦଳ ତାଙ୍କୁ ମାସେ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି ।

    ବିଶ୍ୱ ଚାମ୍ପିଅନସିପ ରୌପ୍ୟ ବିଜେତା ନୀରଜ କହିଛନ୍ତି, ମୁଁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଶତପ୍ରତିଶତ ଫିଟ ନାହିଁ । ତେଣୁ ଭାରତୀୟ ଦଳର ଧ୍ୱଜା ବାହାକ ଦାୟିତ୍ୱ ତୁଲାଇ ପାରିବିନି ।’ 

    Maximum 500 characters

    ଖେଳ ଖବର View all

    Find Us on Facebook