Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ରାଜ୍ୟଗୋଷ୍ଠୀ କ୍ରୀଡା: ମୀରାବାଈ ଚାନୁ ଜିତିଲେ ସ୍ଵର୍ଣ

    Share on :
    ajab-Image
    Date: Jul 31, 2022    Views: 3156

    ବର୍ମିଂହାମ୍‍ : ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ପ୍ରଥମ ସ୍ବର୍ଣ୍ଣ ପଦକ ହାସଲ କରିଛି। ମୀରାବାଈ ଚାନୁ ମହିଳା ଭାରୋତ୍ତୋଳନରେ ୪୯ କେଜି ବର୍ଗରେ ଏହି ପଦକ ହାସଲ କରିଛନ୍ତି। ଏହି ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ କରି ମୀରାବାଈଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି, ଅସାଧାରଣ ମୀରାବାଈ ଭାରତକୁ ପୁଣି ସଫଳତା ଦେଇଛନ୍ତି। ତାଙ୍କ ସଫଳତା ଅନେକ ଭାରତୀୟଙ୍କ ପାଇଁ ପ୍ରେରଣାଦାୟୀ ହେବ।
     ବର୍ମିଂହାମ୍‍ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ଆଉ ଏକ ପଦକ ହାସଲ କରିଛି। ଭାରୋତ୍ତୋଳନର ୬୧ କେଜି ପୁରୁଷ ବର୍ଗରେ ପି. ଗୁରୁରାଜ ବୋଞ୍ଜ ପଦକ ଜିତିଛନ୍ତି। ଭାରୋତ୍ତୋଳନରେ ଭାରତର ଉନ୍ନତ ପ୍ରଦର୍ଶନ ଜାରି ରହିଛି। ପୂର୍ବରୁ ଭାରୋତ୍ତୋଳନର ୫୫ କିଗ୍ରା ପୁରୁଷ ବର୍ଗରେ ଭାରତର ସଂକେତ ସାଗର ରୌପ୍ୟ ପଦକ ଜିତି ଭାରତ ପାଇଁ ପ୍ରଥମ ପଦକ ବିଜୟୀ ହେବାର ଗୌରବ ଅର୍ଜନ କରିଥିଲେ । ଭାରୋତ୍ତୋଳନରେ ଚମତ୍କାର ପ୍ରଦର୍ଶନ କରି ସେ ରୌପ୍ୟ ପଦକ ହାସଲ କରିଥିଲେ।

    Maximum 500 characters

    ଖେଳ ଖବର View all

    Find Us on Facebook