Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଆର୍ଥିକ ସମସ୍ୟା ଦୂର କରେ ନଡିଆ

    Share on :
    ajab-Image
    Date: Sep 23, 2022    Views: 2863

    ଭାରତୀୟ ସଂସ୍କୃତିରେ ନଡିଆ ଅଥବା ଶ୍ରୀଫଳକୁ ଖୁବ ପବିତ୍ର ଓ ଶୁଭଫଳ କୁହାଯାଏ। ଏହି କାରଣରୁ ପ୍ରତ୍ୟେକ ଶୁଭକାର୍ୟ୍ୟ ବିବାହ,ଯଜ୍ଞ ଓ ଅନ୍ୟାନ୍ୟ ଶୁଭ କାର୍ୟ୍ୟରେ ନଡିଆକୁ ନିଶ୍ଚୟ ସାମିଲ କରାଯାଏ। ମାନ୍ୟତା ଅନୁଯାୟୀ ନଡିଆରେ ମା’ଲକ୍ଷ୍ମୀ ବାସ କରିଥାଆନ୍ତି। ତେଣୁ ଯେକୌଣସି ଶୁଭକାର୍ୟ୍ୟରେ ନଡିଆକୁ ଘରକୁ ଅଣାଯାଇଥାଏ। ଏହାଦ୍ୱାରା ମା’ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ। ଜାଣନ୍ତୁ ନଡିଆ ସହ ଜଡିତ କିଛି ଉପାୟ,ଯାହା ଜୀବନର ଅନେକ ସମସ୍ୟା ଦୂର କରିଥାଏ..

    ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଜୀବନରେ ଆର୍ଥିକ ଓ କଳହ ସମସ୍ୟା ଲାଗି ରହୁଥିଲେ, ଏକ ନଡିଆ ଆଣନ୍ତୁ। ଏହାକୁ ୨୧ ଥର ନିଜ ମୁଣ୍ଡ ଉପରେ ବୁଲାନ୍ତୁ। ଏହାକୁ କୌଣସି ଧାର୍ମିକ ସ୍ଥାନ କିମ୍ବା ମନ୍ଦିରରେ ହେଉଥିବା ଯଜ୍ଞରେ ଦାନ କରନ୍ତୁ। ଏକ ମାସ ପର୍ୟ୍ୟନ୍ତ ପ୍ରତ୍ୟେକ ମଙ୍ଗଳବାର ଓ ଶନିବାର ଏହା କରିବା ଦ୍ୱାରା ସମସ୍ୟା ଦୂର ହୋଇ ଥାଏ।
    କର୍ମକ୍ଷେତ୍ର ଓ ବ୍ୟବସାୟରେ କ୍ଷତି ଓ ସମସ୍ୟା ଲାଗି ରହୁଥିଲେ, ଘର ନିକଟରେ ସ୍ଥାନ ଥିଲେ ନଡିଆ ଗଛ ଲଗାନ୍ତୁ। ମାନ୍ୟତା ଅନୁଯାୟୀ ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀ ଘରେ ବାସ କରିଥାଆନ୍ତି। ଫଳରେ ପରିବାରର ଆର୍ଥିକ ସମସ୍ୟା ଦୂର ହୋଇଥାଏ।
    ବାରମ୍ବାର ରୋଗଗ୍ରସ୍ତ ହେଉଥିଲେ କିମ୍ବା ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟଜନିତ ସମସ୍ୟା ଲାଗି ରହୁଥିଲେ, ଘରେ ଯଜ୍ଞ କରାନ୍ତୁ। ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀଙ୍କ ପୂଜା ସହ ପ୍ରାର୍ଥନା କରନ୍ତୁ। ଏହାପରେ ନଡିଆ କ୍ଷୀରି ପ୍ରସ୍ତୁତ କରି ଭୋଗ ଅର୍ପଣ କରନ୍ତୁ। ଏହାକୁ ସଭିଁଙ୍କୁ ବାଣ୍ଟି ଦିଅନ୍ତୁ। ଏପରି କରିବା ଦ୍ୱାରା ସମସ୍ତ ସମସ୍ୟା ଦୂର ହୋଇଥାଏ।

    Maximum 500 characters

    ବିଶେଷ View all

    Find Us on Facebook