Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ATM ଭିତରେ ପଶିଲା ନାଗ, ଦେଢ ଘଣ୍ଟା ପାଇଁ ଟଙ୍କା ଉଠେଇବା ବନ୍ଦ

    Share on :
    ajab-Image
    Date: Nov 30, 2022    Views: 2994

    ଭୁବନେଶ୍ଵର : ଗତକାଲି ସନ୍ଧ୍ୟା 7 ଟା ବେଳେ ଭୁବନେଶ୍ଵର ଫର୍ଚ୍ୟୁନ୍ ଟାୱାର ନିକଟରେ ଥିବା ଷ୍ଟେଟ ବ୍ୟାଙ୍କ୍ ଅଫ ଇଣ୍ଡିଆ ର ATM ଭିତରେ ଜଣେ ଗରାଖ ଟଙ୍କା ଉଠାଉଥିଲେ । ଆଉ ଜଣେ ଗରାଖ ରାଜେଶ୍ ହାଁସଦା ATM ବାହାରେ ଅପେକ୍ଷା କରିଥିଲେ । ସେତିକି ବେଳେ ରଜେଶଙ୍କ ଆଖି ସାମ୍ନାରେ ଏକ ନାଗ ସାପ ସେଇ ATM ଭିତରକୁ ପଶିଲା । ରାଜେଶ୍ ପାଟି କରି ଭିତରେ ଟଙ୍କା ଉଠାଉଥିବା ଗରାଖ ସଚେତନ କରିଦେଲେ । ସେ ନିଜର ସ୍ଥାନ ଛାଡି ଦେବା ପରେ, ସାପ ଟି ATM ମେସିନ ପଛପଟକୁ ଚାଲି ଯାଇଥିଲା । 

    ରାଜେଶ୍ ବ୍ୟାଙ୍କ୍ ର ମ୍ୟାନେଜର ଙ୍କୁ ଫୋନ୍ କରି ଜଣେଇବା ସହିତ, ସ୍ନେକ ହେଲ୍ପ ଲାଇନ ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଖବର ଦେଇଥିଲେ । ଶୁଭେନ୍ଦୁ ଙ୍କ ନିର୍ଦ୍ଦେଶ ପାଇ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଆଶିଷ କୁମାର ବେହେରା ଘଟଣା ସ୍ଥଳରେ ପହଞ୍ଚି, ସତର୍କତାର ସହିତ ATM ପଛପଟୁ 4 ଫୁଟ ଲମ୍ବର ନାଗ ସାପଟିକୁ ଉଦ୍ଧାର କରିଥିଲେ ।

    ସେତେ ସମୟ ପର୍ଯ୍ୟନ୍ତ ରାଜେଶ୍ ହାଁସଦା ଦୀର୍ଘ ସମୟ ଧରି ATM ବାହାରେ ଠିଆ ହୋଇ ଅନ୍ୟ କେହି ଯେମିତି ଟଙ୍କା ଉଠେଇବା ପାଇଁ ଭିତରକୁ ନ ଯାଇ ପାରିବେ ସେଥିପାଇଁ ସମସ୍ତଙ୍କୁ ସତର୍କ କରେଇଥିଲେ । 

    ସାପଟିକୁ ସହର ବାହାରେ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆ ଯାଇଛି । ସ୍ନେକ ହେଲ୍ପ ଲାଇନ ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି "ଆମେ ଆଗରୁ ମଧ୍ୟ ATM ଭିତରୁ ସାପ ଉଦ୍ଧାର କରିଛୁ । ଏଠି ରାଜେଶ୍ ହାଁସଦା ଙ୍କ ଉଦ୍ୟମ ପ୍ରଶଂସନୀୟ । ସେ ATM ବାହାରେ ରହି ଘଣ୍ଟାଏ କାଳ ଗରାଖ ମାନଙ୍କୁ ସଚେତନ କରେଇଥିଲେ । ଯାହା ଫଳରେ ସମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ପାରିଥିଲା"।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook