ମୁଖ୍ୟ ଖବର
ମାଲକାନଗିରି: ଗତ ୩ ତାରିଖ ଠାରୁ ମାଲକାନଗିରି ଜିଲ୍ଲା ରେ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା କାର୍ୟ୍ୟକ୍ରମ ଶନିବାର ଉଦଯାପିତ ହୋଇଛି। ୪ଦିନରେ ମୋଟ ୧୬୭୩ ଜଣ ଗୁରୁତର ରୋଗୀଙ୍କୁ ମାଗଣାରେ ସମସ୍ତ ପ୍ରକାର ପରୀକ୍ଷା ଓ ଉତ୍ତମ ଚିକିତ୍ସା ଯୋଗାଇ ଦିଆ ଯାଇଛି। କଟକ, ଭୁବନେଶ୍ୱର, ବ୍ରହ୍ମପୁର ମେଡିକାଲ କଲେଜ ରୁ ବିଶେଷଜ୍ଞ ଡାକ୍ତର ମାନେ ସ୍ୱତନ୍ତ୍ର ବିମାନ ଯୋଗେ ମାଲକାନଗିରି ରେ ପହଁଚି ଗୁରୁତର ରୋଗୀଙ୍କ ଚିକିତ୍ସା କରିଥିଲେ ।
ପ୍ରଥମ ଦିବସରେ ୩୩୮ ଜଣ, ଦ୍ଵିତୀୟ ଦିବସରେ ୫୦୪ ଜଣ ତୃତୀୟ ଦିବସ ରେ ୫୧୭ ଜଣ, ଶେଷ ଦିବସ ରେ ୩୦୩ ଜଣ ଓ ଗୁରୁତର ୧୧ ଜଣ ରୋଗୀ ଙ୍କର ଙ୍କର ଅପରେସନ କରା ଯାଇଛି। ଚାରି ଦିନ ରେ ମୋଟ ୧୬୭୩ ଜଣ ଗୁରୁତର ରୋଗୀ ଚିକିତ୍ସିତ ହୋଇଥିବାର ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ତଥା ଜିଲ୍ଲା ହସ୍ପିଟାଲ ସୁପ୍ରିଟେଣ୍ଡେଣ୍ଟ ଡାକ୍ତର ବ୍ରଜ ବନ୍ଧୁ ଦାଶ ସୂଚନା ଦେଇଛନ୍ତି।
କାର୍ଡିଓଲୋଜିରେ ୩୧୮ ଜଣ,ନ୍ୟୁରୋଲୋଜୀରେ ୪୯୭ଜଣ, ଗାଷ୍ଟ୍ରୋଏଣ୍ଟେରୋଲୋଜିରେ ୩୪୮ଜଣ, ନେଫ୍ରୋଲୋଜିରେ ୨୬୪ଜଣ, ୟୁରୋ ଲୋଜି ରେ ୨୩୫ ଜଣ, ଗୁରୁତର ସର୍ଜରୀ ରେ ୧୧ଜଣ ଚିକିତ୍ସିତ ହୋଇଛନ୍ତି। ଏହି ଡାକ୍ତରୀ ଦଳରେ ସର୍ଜରୀ ସ୍ପେଶାଲିଷ୍ଟ ଡାକ୍ତର ହିମାଂଶୁ ଶେଖର ମିଶ୍ର, ବରିଷ୍ଠ କାର୍ଡିଓଲୋଜି ଡାକ୍ତର ବିଶ୍ୱ ବିକାଶ ମିଶ୍ର,ଡାକ୍ତର କୁମାର ପାର୍ଥ ଗୌତମ,ସିନିୟର୍ ନେଫ୍ରୋଲୋଜି ଡାକ୍ତର ରୁଚିକା ମାଲିକ, ଡାକ୍ତର ରାକେଶ କୁମାର ରାଉତରାୟ , ସିନିୟର୍ ନ୍ୟୁରୋଲୋଜି ଡାକ୍ତର ପଲଭୀ ଦାସ, ଡାକ୍ତର ସୁପ୍ରିୟା ଶୁକ୍ଲା,ସିନିୟର୍ ଗାଷ୍ଟ୍ରୋଏଣ୍ଟେରୋଲୋଜି ଡାକ୍ତର ଶୁଭମ ବେହେରା,ଡାକ୍ତର ରାକେଶ ମହାନ୍ତି,ଆନାସ୍ଥେସିଓଲୋଜି ଡାକ୍ତର ପ୍ରଫେସର ଦେବାଶିଷ ବିଶ୍ୱାଳ, ଡାକ୍ତର କମଳା କାନ୍ତ ବାରିକ, ୟୁରୋଲୋଜି ଡାକ୍ତର ସଂସାଙ୍କ ଶେଖର ପ୍ରସାଦ ମହାପାତ୍ର,ସର୍ଜରୀ ବିଶେଜ୍ଞ ଡାକ୍ତର ହିମାଂଶୁ ଶେଖର ମିଶ୍ର ପ୍ରମୁଖ ଉପସ୍ଥିତ ରହି ରୋଗୀଙ୍କ ଚିକିତ୍ସା କରୁଛନ୍ତି। ଜିଲ୍ଲା ହସ୍ପିଟାଲ ର ସୁପ୍ରିଣ୍ଟେଣ୍ଡେଣ୍ଟ ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବ୍ରଜବନ୍ଧୁ ଦାଶ, ହସ୍ପିଟାଲ ମ୍ୟାନେଜର ଶୁଶାନ୍ତ କୁମାର ବିଶ୍ୱାଳ, ବିଶ୍ୱଜିତ, ଡିପିଏମ ଡ.ମୌସୁମୀ ମିଶ୍ର, ନୋଡାଲ ଅଫିସର ସୋଭାଗ୍ୟ ରଞ୍ଜନ ରଣ ସିଂ ଓ ହସପିଟାଲ ର ସମସ୍ତ ଡାକ୍ତର ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା କାର୍ୟ୍ୟକ୍ରମ କୁ ସଫଳତାର ସହିତ ପରିଚାଳନା କରିଥିଲେ।
Comments ସମସ୍ତ ମତାମତ