Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଏହି ସବୁ ରୋଗରୁ ମୁକ୍ତି ଦେବ ଲବଙ୍ଗ କ୍ଷୀର

    Share on :
    ajab-Image
    Date: Jan 27, 2022    Views: 2848


    ଭୁବନେଶ୍ୱର: ଶୀତ ଦିନେ ରାତିରେ ଅଧିକାଂଶ ଲୋକ କ୍ଷୀର ପିଇବା ପାଇଁ ପସନ୍ଦ କରନ୍ତି । ତେବେ ଏହି କ୍ଷୀର ସହ ଲବଙ୍ଗ ମିଶାଇ ପିଇଲେ ଅଧିକ ଲାଭ ମିଳିଥାଏ । ଏହି ଦୁଇଟି ଜିନିଷକୁ ଏକାଠି ପିଇବା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇପାରେ । କ୍ଷୀର ଏବଂ ଲବଙ୍ଗ ଅନେକ ପୋଷକ ତତ୍ତ୍ୱରେ ଭରପୂର । କ୍ଷୀରରେ ଫସଫରସ୍, ମ୍ୟାଗ୍ନେସିୟମ୍, ଆୟୋଡିନ୍, ଭିଟାମିନ୍ଏ-, ଡି ଓ କେ ଭରପୂର ମାତ୍ରାରେ ଥିବାବେଳେ ଲବଙ୍ଗରେ କାର୍ବୋହାଇଡ୍ରେଟ୍, ଆଇରନ୍, ସୋଡିୟମ୍ ପ୍ରଚୁର ପରିମାଣରେ ରହିଛି ।

    ଶୋଇବା ପୂର୍ବରୁ ପ୍ରତିଦିନ ରାତିରେ କ୍ଷୀରରେ ଲବଙ୍ଗ ମିଶାଇ ପିଅନ୍ତୁ । ଯଦି ଆପଣ ଚାହାଁନ୍ତି, ଆପଣ ଏହାକୁ ଯେକୌଣସି ସମୟରେ ପିଇପାରିବେ, କିନ୍ତୁ ରାତିରେ ଏହାକୁ ପିଇବା ଅଧକ ଭଲ । ଏଥିପାଇଁ, ପ୍ରଥମେ ଲବଙ୍ଗକୁ ଭଲ ଭାବେ ଗୁଣ୍ଡ କରି ପାଉଡର ତିଆରି କରି ରଖିଦିଅନ୍ତୁ । ଏହା ପରେ କ୍ଷୀରକୁ ଭଲ ଭାବରେ ଗରମ କରନ୍ତୁ । ଏବେ ଏକ ଗ୍ଲାସ କ୍ଷୀରରେ ଲବଙ୍ଗ ପାଉଡର ମିଶାନ୍ତୁ । ତା’ପରେ ସେଥିରେ ଟିକେ ଗୁଡ ମିଶାଇ ପୁଅନ୍ତୁ ।


    -ଯଦି ଆପଣ ଦୁର୍ବଳ ଅନୁଭବ କରନ୍ତି ତେବେ କ୍ଷୀର ସହ ଲବଙ୍ଗ ମିଶାଇ ପିଇବା ନିହାତି ଆବଶ୍ୟକ । କ୍ଷୀରରେ କ୍ୟାଲସିଅମ୍, ସୋଡିଅମ୍, ପୋଟାସିଆମ ଭରପୂର ମାତ୍ରାରେ ରହିଛି । ଏହା ଶରୀରକୁ ଭରପୁର ଏନର୍ଜି ପ୍ରଦାନ କରିଥାଏ ।


    – ଶୀତ ଦିନେ ପ୍ରାୟତଃ ଲୋକଙ୍କ ଗଳାରେ ଯନ୍ତ୍ରଣା, କଫ ଆଦି ସମସ୍ୟା ସୃଷ୍ଟି ହୁଏ । ଏଭଳି ସ୍ଥିତିରେ ରାତିରେ ଶୋଇବା ପୂର୍ବରୁ କ୍ଷୀର ସହ ଲବଙ୍ଗ ମିଶାଇ ପିଇବା ଲାଭଦାୟୀ ହୋଇଥାଏ । ଏଥିରୁ ଗଳା ଯନ୍ତ୍ରଣା ଏବଂ କଫ ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ ।


    – ପ୍ରାୟତଃ କିଛି ଲୋକଙ୍କ ମୁହଁରୁ ବେଳେ ବେଳେ ଦୁର୍ଗନ୍ଧ ବାହାରିବା ଭଳି ସମସ୍ୟା ରହିଥାଏ । ଏପରି ସ୍ଥିତିରେ ଲବଙ୍ଗ କ୍ଷୀର ଏହି ସମସ୍ୟାରୁ ମୁକ୍ତି ଦେଇଥାଏ ।


    – କୋଷ୍ଟ କାଠିନ୍ୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଶୋଇବା ପୂର୍ବରୁ ଲବଙ୍ଗ କ୍ଷୀର ପିଇବା ଉଚିତ । ଏହାଦ୍ୱାରା ଏସିଡିଟି ଏବଂ କୋଷ୍ଟ କାଠିନ୍ୟ ସମସ୍ୟା ଦୂର ହୋଇଥାଏ । କେବଳ ସେତିକି ନୁହେଁ ଦାନ୍ତରେ ଯନ୍ତ୍ରଣା ସମସ୍ୟା ଥିଲେ ମଧ୍ୟ ଆପଣ ଏହି କ୍ଷୀରକୁ ପିଇ ପାରିବେ । ଏହା ଦାନ୍ତ ଯନ୍ତ୍ରଣାରୁ ଆରାମ ଦେଇଥାଏ ।

    Maximum 500 characters

    ବିଶେଷ View all

    Find Us on Facebook