Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

    ଖ୍ରୀଷ୍ଟମାସରେ ଏମିତି ରୁହନ୍ତୁ ଟେନସନ ଫ୍ରି

    Share on :
    ajab-Image
    Date: Dec 22, 2021    Views: 3094


    ଭୁବନେଶ୍ୱର: ଖ୍ରୀଷ୍ଟମାସ ଏକ ଆନନ୍ଦମୟ ପର୍ବ । ପରିବାର ସହ ଖୁସିର ସହ ସମୟ କାଟିବା, ମନଖୋଲି ହସିବା, ଅନେକ ଉପହାର ଦେବା ଓ ପାଇବା, ମନ ପସନ୍ଦର ଖାଦ୍ୟ ଖାଇବା ଇତ୍ୟାଦିକୁ ନେଇ ଖ୍ରୀଷ୍ଟମାସ ଆସିଥାଏ ।
    ତେଣୁ ଏହି ସମୟରେ ବନ୍ଧୁ ଓ ପରିବାରବର୍ଗଙ୍କ ସହ ମିଶି ମଉଜ କରିବାର ସମୟ । କିନ୍ତୁ ଯଦି ଏହି ସମୟ ମଧ୍ୟରେ ସାଙ୍ଗମାନଙ୍କ ସହ କିମ୍ବା ପରିବାର ଲୋକଙ୍କ ସହ ମତାନ୍ତର କିମ୍ବା ମନାନ୍ତର ହୋଇପାରେ । ଏହା ସହିତ ଲୋକେ ୨ବର୍ଷ ହେଲା କୋଭିଡ୍ ଯୋଗୁଁ ଏତେଟା ବାହାରକୁ ବାହାରୁନଥିଲେ । ଯେତେବେଳେ ଲୋକମାନେ ନିଜ ଘରୁ ବାହାରକୁ ଯିବା ଆରମ୍ଭ କରିବେ, ଅନେକ ଚିନ୍ତା ଓ କିିଛି ଏକୁଟିଆ ଅନୁଭବ କରିବେ । ହଜିଯାଇଥିବା ପ୍ରିୟଜନ , ସୀମିତ ଭ୍ରମଣ ସୁଯୋଗ ଓ ପାରିବାରିକ ପାର୍ଥକ୍ୟ ତୀବ୍ର ଆତ୍ମ-ପ୍ରତିଫଳନ ଏବଂ ପରବର୍ତ୍ତୀ ସମୟରେ କଣ ହେବ, ସେ ବିଷୟରେ ଅନିଶ୍ଚିତନ୍ତା ଏକ ଜଟିଳ ଭାବନାକୁ ନେଇପାରେ । 
    ତେଣୁ ଏଥିରୁ ମୁକ୍ତି ପାଇବାକୁ ହେଲେ ଧ୍ୟାନ କରିବା ନିହାତି ଆବଶ୍ୟକ, କାରଣ ଧ୍ୟାନ କରିବା ଦ୍ୱାରା ଶରୀରରୁ ସମସ୍ତ ପ୍ରକାର ଚିନ୍ତା ଦୂର ହୋଇଥାଏ । ଏହା ସହିତ ସର୍ବଦା ପରିବାର ଲୋକଙ୍କ ସହ ରୁହନ୍ତୁ ଏକୁଟିଆ ବସି ପଛକଥା କିମ୍ବା ଭବିଷ୍ୟତ କଥା ଭାବି ଚିନ୍ତିତ ହୁଅନ୍ତୁ ନାହିଁ । ଖୁସିର ସହ ଖ୍ରୀଷ୍ଟମାସ ପାଳନ କରନ୍ତୁ ।    

     

    Maximum 500 characters

    ସଂସ୍କୃତି View all

    Find Us on Facebook