Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

    ଓମିକ୍ରନ ଆତଙ୍କ ସତ୍ତ୍ୱେ ପିଲାଙ୍କ ପାଇଁ ଏମିତି କରନ୍ତୁ ମଜାଦାର ଖ୍ରୀଷ୍ଟମାସ

    Share on :
    ajab-Image
    Date: Dec 22, 2021    Views: 2509


    ଭୁବନେଶ୍ୱର: ବଡଦିନ ହେଉଛି ଏକ ଆନନ୍ଦ, ଉଲ୍ଲାସର ପର୍ବ । ପିଲାମାନଙ୍କ ପାଇଁ ଖ୍ରୀଷ୍ଟମାସ ପର୍ବ ଅତ୍ୟନ୍ତ ସ୍ୱତନ୍ତ୍ର ଓ ମଜାଳିଆ ପର୍ବ । ଅନେକ ଦିନ ପୂର୍ବରୁ, ପିଲାମାନେ ଖ୍ରୀଷ୍ଟମାସ ପାଇଁ ପ୍ରସ୍ତୁତି ଆରମ୍ଭ କରନ୍ତି ଓ ସେମାନେ ସାଣ୍ଟାକ୍ଲଜର ଉପହାରକୁ ଅପେକ୍ଷା କରନ୍ତି । ଏବର୍ଷ ମଧ୍ୟ ପିଲାମାନେ ଖୁସିର ସହ ବଡଦିନକୁ ଉକôଣ୍ଠାର ସହ ଅପେକ୍ଷା କରିଛନ୍ତି । କିନ୍ତୁ ଏବର୍ଷ ଓମିକ୍ରନ ଭୟରେ ପିଲାମାନଙ୍କୁ ବାହାରକୁ ବାହାର କରିବା ଉଚିତ୍ ନୁହେଁ । ତେବେ ଘରେ ରହି କିପରି ପିଲାମାନଙ୍କ ପାଇଁ ସ୍ମରଣୀୟ ଖ୍ରୀଷ୍ଟମାସ ପାଳନ କରିହେବ, ଆସନ୍ତୁ ଜାଣିବା ।
    -ଆପଣ ପିଲାମାନଙ୍କୁ କୁହନ୍ତୁ ଯେ, ଏ ଦୁନିଆରେ ଏପରି ଅନେକ ପିଲା ଅଛନ୍ତି ଯେଉଁମାନଙ୍କର ପୋଷାକ ଓ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ନାହିଁ । ଏହ ଫଳରେ ପିଲାମାନେ ଦାମି ଉପହାର ପାଇଁ ଜିଦ୍ ଧରନ୍ତି ନାହିଁ ।
    - ଅନଲାଇନରୁ ପିଲାଙ୍କ ମନ ପସନ୍ଦର ଜିନିଷ କିଣି, ଆପଣ ସେମାନଙ୍କ ପାଇଁ ସାଣ୍ଟାକ୍ଲଜ ହୋଇଯାଆନ୍ତୁ ।
    -ବାହାରକୁ ନଯାଇ, ନିଜପାଖ ପଡୋଶୀ ବନ୍ଧୁମାନଙ୍କୁ ଘରକୁ ଡାକି ଘରେ ଏକ ମଜାଳିଆ ମାହୋଲର ଆସର ଜମାନ୍ତୁ ।
    -ଖ୍ରୀଷ୍ଟମାସ ଟ୍ରି ଆଣି ପିଲାମାନଙ୍କୁ ତାଙ୍କ ଇଚ୍ଛାରେ ସଜେଇବାକୁ କୁହନ୍ତୁ । ଏଥିରେ ପିଲାମାନେ ଅତ୍ୟନ୍ତ ଖୁସି ହୋଇଥାନ୍ତି ।
    -ପିଲାମାନେ ଆଲୋକମାଳାକୁ ଖୁବ ପସନ୍ଦ କରିଥାନ୍ତି । ତେଣୁ ଦୀପାବଳି ଭଳି ଘରକୁ ବିଭିନ୍ନ ରଙ୍ଗର ଲିଚୁ ଲାଇଟରେ ସଜାନ୍ତୁ । ଏହା ଦେଖି ପିଲାମାନେ ଅତ୍ୟନ୍ତ ଖୁସି ହୋଇଯିବେ । 
    -ପିଲାମାନଙ୍କ ମନ ପସନ୍ଦର ଖାଦ୍ୟ ତିଆରି କରନ୍ତୁ । ପିଲାମାନେ କେକ୍ ଖାଇବାକୁ ଖୁବ୍ ଭଲ ପାଇଥାନ୍ତି । ତେଣୁୁ ତାଙ୍କୁ କେକ୍ ବନେଇକି ଦିଅନ୍ତୁ । ଏହାଦ୍ୱାରା ପିଲାମାନେ ଅତ୍ୟନ୍ତ ଖୁସି ହୋଇଯିବେ । 

     

    Maximum 500 characters

    ସଂସ୍କୃତି View all

    Find Us on Facebook