Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

    କୃତିମ କ୍ରିସମାସ ଟ୍ରି କେଉଁଠୁ ଆରମ୍ଭ ହୋଇଥିଲା ଜାଣନ୍ତୁ

    Share on :
    ajab-Image
    Date: Dec 20, 2021    Views: 2779


    ଭୁବନେଶ୍ୱର: ପାଖେଇ ଆସୁଛି ବଡଦିନ । ଆନନ୍ଦ ଉଲ୍ଲାସର ସହ ଲୋକେ ଅପେକ୍ଷା କରିଛନ୍ତି ବଡଦିନକୁ  । ବଡଦିନକୁ ଯିଶୁଙ୍କ ଜନ୍ମ ଦିବସ ରୂପେ ପାଳନ କରାଯାଏ। ଏଥିପାଇଁ ଘର ସଜେଇବାକୁ ଲୋକେ ବିଭିନ୍ନ ପ୍ରକାର ଜିନିଷ କିଣୁଛନ୍ତି । ଯେମିତିକି କ୍ରସମାସ ଟ୍ରି, ଲିଚୁ ଲାଇଟ ଓ ଅନେକ ପ୍ରକାର ଉପହାର ଇତ୍ୟାଦି ।


    ବର୍ତ୍ତମାନ ପ୍ରାୟ ଲୋକେ କୃତିମ କ୍ରିସ୍ମାସ ଟ୍ରି’ରେ ଘର ସଜାଉଛନ୍ତି । ଉନବିଂଶ ଶତାବ୍ଦୀରେ ଜର୍ମାନୀରେ ପ୍ରଥମ କୃତ୍ରିମ କ୍ରିସମାସ୍ ଗଛ ବିକାଶ ଲାଭ କରିଥିବାର ଅନୁମାନ କରାଯାଏ । ତାହାଠାରୁ ପୁରୁଣା କିଛି ଉଦାହରଣ ମଧ୍ୟ ରହିଛି । କ୍ରମାଗତ ଭାବେ ଜଙ୍ଗଲ କଟାଯାଉଥିବାରୁ ବତକ ପରମାନଙ୍କୁ ସବୁଜ ରଙ୍ଗ ଲଗାଇ ଏହି ସବୁ ଗଛ ତିଆରି ହେଉଥିଲା । ଏହି ପର ନିର୍ମିତ ଗଛଗୁଡ଼ିକ ୨ରୁ ନେଇ ୯୮ ଇଞ୍ଚ୍ ପର୍ଯ୍ୟନ୍ତ ଲମ୍ବା ଥିଲା ଓ ୧୯୨୦ ମସିହା ବେଳକୁ ଏହି କୃତ୍ରିମ ଗଛ ସବୁ ଦୋକାନ ବଜାରରେ ମିଳୁଥିଲା । କୃତ୍ରିମ ଗଛର ଡାଳରେ କୃତ୍ରିମ କୋଳି ଲଗାଇ ସେଥିରେ ମହମବତୀ ଖଞ୍ଜିବାର ବ୍ୟବସ୍ଥା ଥାଏ  ।

    ଆଧୁନିକ ସମୟରେ ବହୁ ପ୍ରକାରର କୃତ୍ରିମ ସାଜସଜ୍ଜା ଓ ଶୈଳୀ ଆବିଷ୍କୃତ ହୋଇଛି ଓ ଲୋକପ୍ରିୟତା ହାସଲ କରିଛି  । ୧୯୩୦ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର ଆଡିସ୍ ବ୍ରଶ୍ କମ୍ପାନୀ ବ୍ରଶ୍ ବା ତୁଳୀରୁ କ୍ରିସମାସ୍ ଗଛ ତିଆରି କରିଥିଲେ । ୧୯୫୮ ମସିହାରେ ପ୍ରଥମେ ଚିକାଗୋରେ ଆଲୁମିନିୟମ୍ ନିର୍ମିତ କ୍ରିସମାସ୍ ଗଛ ଓ ପରେ ୱିସ୍କନ୍ସିନ୍ ଠାରେ ବହୁସଂଖ୍ୟାରେ ଆଲୁମିନିୟମ୍ର କୃତ୍ରିମ ଗଛ ଉପôାଦନ କରାଯାଇଥିଲା  । ବ୍ୟବହୃତ ପ୍ଲାଷ୍ଟିକ୍ର ପୁନର୍ବ୍ୟବହାର କରି ପଲିଭିନାଇଲ୍ କ୍ଲୋରାଇଡ୍ (ପିଭିସି) ପରି ପଦାର୍ଥରୁ ମଧ୍ୟ ବର୍ତ୍ତମାନ ସମୟରେ ଗଛ ତିଆରି କରାଯାଉଛି  ।

    ୨୦୦୦ ଦଶନ୍ଧିରୁ ଅନେକ ନୂତନ ଶୈଳୀ ଓ ପଦାର୍ଥ ବ୍ୟବହୃତ ହେବାରେ ଲାଗିଲାଣି  । ତନ୍ମଧ୍ୟରୁ ଅପ୍ଟିକାଲ୍ ଫାଇବର୍ ନିର୍ମିତ ଗଛ ଅନ୍ୟତମ ଓ ଏହା ଦେଖିବାକୁ ପ୍ରାୟ ପାରମ୍ପରିକ କ୍ରିସ୍ମସ୍ ଗଛ ପରି  । ଡାଲାସ୍ର ଏକ କମ୍ପାନୀ ହୋଲୋଗ୍ରାଫିକ୍ ମାଇଲାର୍ ବ୍ୟବହୃତ କ୍ରିସ୍ମସ୍ ଗଛ ପ୍ରସ୍ତୁତି ଓ ବିକ୍ରି କରିଥାଏ  । ଚୀନାମାଟି ଓ ଅନ୍ୟ ପଦାର୍ଥ ନିର୍ମିତ ଗଛ ପରି ସାଜସଜ୍ଜା ସାମଗ୍ରୀ ମଧ୍ୟ ତିଆରି କରାଯାଏ  । କିଛି ଦୋକାନୀ ଓଲଟା ଝୁଲନ୍ତା କ୍ରିସ୍ମସ୍ ଗଛ ଲଗାଇ ଗ୍ରାହକଙ୍କୁ ଆକୃଷ୍ଟ କରିଥାନ୍ତି  । 

    Maximum 500 characters

    ସଂସ୍କୃତି View all

    Find Us on Facebook