Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

    ବଡଦିନ ପାଇଁ ଆସିଲା କଟକଣା, ଜାଣନ୍ତୁ କ’ଣ

    Share on :
    ajab-Image
    Date: Dec 24, 2021    Views: 3063

    ଭୁବନେଶ୍ୱର : ବଡ଼ଦିନ ଓ ନୂଆବର୍ଷ ପାଳନ ନେଇ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି  । ଡିସେମ୍ବର ୨୫ରୁ ଜାନୁଆରୀ ୨ ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ  ।

    ୧. ଖ୍ରୀଷ୍ଟମାସ କେବଳ ଚର୍ଚ୍ଚରେ ହିଁ ପାଳନ କରାଯିବ  । କୋଭିଡ଼ ପ୍ରୋଟୋକଲ ଆଧାରରେ ମାତ୍ର ୫୦ ଜଣ ଉପସ୍ଥିତ ରହିପାରିବେ  ।
    ୨. ହୋଟେଲ, କଲ୍ୟାଣମଣ୍ଡପ, କ୍ଲବ, ରେଷ୍ଟୁରାଂଟ, ପାର୍କ, କନଭେନସନ ହଲ ଆଦିରେ ଜିରୋ ନାଇଟ ଓ ନୂଆ ବର୍ଷ ପାଳନ ଉପରେ ପ୍ରତିବନ୍ଧକ ଲଗାଯାଇଛି  ।
    ୩. ତେବେ ବାହାଘର କରାଯାଇପାରିବ  । କିନ୍ତୁ ବାହାଘର ଭୋଜି ବା ଅନ୍ୟାନ୍ୟ କାର୍ଯ୍ୟକୁ ଅନୁମତି ମିଳିପାରିବ ନାହିଁ  ।
    ୪. କୋଭିଡ଼ ୧୯ ପ୍ରୋଟୋକଲରେ ଅନ୍ତ୍ୟେଷ୍ଟି କ୍ରିୟା କରାଯିବ  ।
    ୫. ବଡ଼ଦିନ ଠାରୁ ନେଇ ନୂଆବର୍ଷ ପର୍ଯ୍ୟନ୍ତ ଜନସମାଗମ ଉପରେ ପ୍ରଶାସନ ପକ୍ଷରୁ ତୀକ୍ଷ୍ମ ନଜର ରଖାଯିବ  ।
    ୬. କୌଣସି ପ୍ରକାର ଗୋଷ୍ଠୀ ଭୋଜିକୁ ଅନୁମତି ମିଳିବ ନାହିଁ  ।
    ୭. ସେହିପରି କୌଣସି ପ୍ରକାର ସାମାଜିକ ବା ଗୋଷ୍ଠୀ କାର୍ଯ୍ୟକ୍ରମ, ଶୋଭାଯାତ୍ରା, ଅର୍କେଷ୍ଟ୍ରା, ନାଚଗୀତ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମଧ୍ୟ ଅନୁମତି ମିଳିବ ନାହିଁ  ।

     

    Maximum 500 characters

    ସଂସ୍କୃତି View all

    Find Us on Facebook