Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ସରକାରୀ କର୍ମଚାରୀଙ୍କୁ ଏଭଳି ଚେତାବନୀ ଦେଲେ ମୁଖ୍ୟ ଶାସନ ସଚିବ, ଜାଣନ୍ତୁ କ’ଣ

    Share on :
    ajab-Image
    Date: Jan 28, 2022    Views: 4193

    ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜନୀତିକ ଦଳ ଓ ପ୍ରାର୍ଥିମାନେ ନିଜର ପ୍ରଚାର କାର୍ୟ୍ୟ ଜୋରଦାର କରୁଥିବା ବେଳେ ସରକାରୀ ଓ ସ୍ୱାୟତ୍ତ ସଂସ୍ଥାର କର୍ମଚାରୀମାନଙ୍କୁ ନିର୍ବାଚନରେ ନିରପେକ୍ଷ ରହିବାକୁ ମୁଖ୍ୟ ସଚିବ ପରାମର୍ଶ ଦେଇଛନ୍ତି । ନଚେତ୍ ଚାକିରି ହରାଇବାକୁ ପଡ଼ିବ ବୋଲି ସତର୍କ କରାଇଛନ୍ତି।
    ମୁଖ୍ୟ ସଚିବ ସୁରେଶ ମହାପାତ୍ର ରାଜ୍ୟ ପୁଲିସ ଡିଜି, ସମସ୍ତ ବିଭାଗର ସଚିବ, ଆରଡିସି ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ରାଜ୍ୟରେ କାର୍ୟ୍ୟରତ ସରକାରୀ କର୍ମଚାରୀ, ବିଭିନ୍ନ ଉଦ୍ୟୋଗ, ନିଗମ, ସ୍ୱାୟତ୍ତ ସଂସ୍ଥା, ସମବାୟ ସଂସ୍ଥାର କର୍ମଚାରୀମାନେ ଯେଭଳି ପଞ୍ଚାୟତ ନିର୍ବାଚନରେ ନିରପେକ୍ଷ ରହିବେ ସେଥିପାଇଁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ କହିଛନ୍ତି । ଏହାସହିିତ ଏଭଳି ଅଭିଯୋଗ ଆସିଲେ ପୁଲିସ ତୁରନ୍ତ ମାମଲା ରୁଜୁ କରି ତୁରନ୍ତ ନିରପେକ୍ଷ କାର୍ୟ୍ୟାନୁଷ୍ଠାନ ସୁନିଶ୍ଚିତ କରିବାକୁ କହିଛନ୍ତି। ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି ଆଚରଣ ବିଧି ସମସ୍ତ ସରକାରୀ, ବିଭିନ୍ନ ଉଦ୍ୟୋଗ ଓ ନିଗମ, ସମବାୟ ସଂସ୍ଥା, ସ୍ୱାୟତ୍ତ ସଂସ୍ଥା ଓ ପଂଚାୟତିରାଜ ସଂସ୍ଥାର କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ସ୍ପଷ୍ଟ କରିଛନ୍ତି ।

    ସେ କହିଛନ୍ତି ଯେ, ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ-୧୯୬୪ର ଧାରା ୨୮ ର ପ୍ରାବଧାନ ଅନୁସାରେ କୌଣସି ସରକାରୀ କର୍ମଚାରୀ ଅବା ସ୍ୱାୟତ୍ତ ସଂସ୍ଥାରେ କାର୍ୟ୍ୟରତ ବ୍ୟକ୍ତି ନିର୍ବାଚନକୁ ପ୍ରଭାବିତ କରିବା ଭଳି କାର୍ୟ୍ୟ କରିପାରିବେ ନାହିଁ । ଯଦି ସେ କୌଣସି ପ୍ରାର୍ଥୀଙ୍କ ସପକ୍ଷରେ ଏଭଳି କରନ୍ତି ଅବା ଭୋଟକୁ ପ୍ରଭାବିତ କରନ୍ତି ତା’ହେଲେ ତାଙ୍କୁ ନିଜର ଚାକିରି ହରାଇବାକୁ ପଡ଼ିବ ।

    Maximum 500 characters

    ତାଜା ଖବର View all

    Find Us on Facebook