ମୁଖ୍ୟ ଖବର
ନୂଆଦିଲ୍ଲୀ : ବିଶ୍ୱର ସବୁଠୁ ବଡ ଚେସ ଇଭେଣ୍ଟ ୪୪ ତମ ଆନ୍ତର୍ଜାତୀୟ ଚେସ ଅଲିମ୍ପିଆଡ ଆରମ୍ଭ ହେବାକୁ ଯାଉଛି । ଚେନ୍ନାଇଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ଅବସ୍ଥିତ ୟୁନେସ୍କର ଐତିହ୍ୟ ସ୍ଥଳ ମମଲାଲାପୁରମର ପୁଞ୍ଜରୀ ଗ୍ରାମରେ ଜୁଲାଇ ୨୮ ରୁ ଅଗଷ୍ଟ ୧୦ ମଧ୍ୟରେ ଅନୁଷ୍ଠିତ ହେବ ।
ଜୁଲାଇ ୨୨ ରେ ପରିବେଶ ଜଳବାୟୁ ପରିବର୍ତ୍ତନ ଏବଂ ଯୁବ କଲ୍ୟାଣ ତଥା କ୍ରୀଡା ମନ୍ତ୍ରୀ ଶିବ ଭି ମେୟାନାଥନ ଟ୍ୱିଟ କରି କହିଛନ୍ତି ଯେ ରାଜ୍ୟର ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କ ନିଦେ୍ର୍ଧଶ ଅନୁଯାୟୀ ଅଧିକାରୀଙ୍କ ସହ ଏହି କାର୍ଯ୍ୟକ୍ରମର ବ୍ୟବସ୍ଥା ଉପରେ ଆଲୋଚନା ପାଇଁ ଏକ ସମୀକ୍ଷା ବୈଠକ ମଧ୍ୟ କରାଯାଇଥିଲା ।
ତାମିଲନାଡୁର ସଂସ୍କୃତି ଏବଂ ପରମ୍ପରାକୁ ନେଇ ଏହି ବିଶାଳ ଉଦ୍ଘାଟନୀ ସମାରୋହରେ ଜୁଲାଇ ୨୮ ରେ ନେହେରୁ ଇନଡୋର ଷ୍ଟାଡିୟମରେ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ଏବଂ ଅନ୍ୟାନ୍ୟ ବିଶେଷ ନିମନ୍ତ୍ରିତ ଅତିଥି ଯୋଗଦେବେ ।
ଅଲିମ୍ପିଆଡ୍ ମୂଳତଃ ଋଷରେ ଅନୁଷ୍ଠିତ ହେବାର ଥିଲା କିନ୍ତୁ ଋଷ-ୟୁକ୍ରେନ୍ ଯୁଦ୍ଧ ହେତୁ ଆନ୍ତର୍ଜାତୀୟ ଚେସ୍ ଫେଡେରେସନ୍ (ଏଫଆଇଡିଇ) ଭାରତରେ ଆୟୋଜନ କରିବାକୁ ନିଷ୍ପତ୍ତି ନେଲା । ତେଣୁ ଭାରତ ପ୍ରଥମ ଥର ପାଇଁ ହାଇ-ପ୍ରୋଫାଇଲ୍ ଇଭେଣ୍ଟ ଆୟୋଜନ କରିବାର ସୁଯୋଗ ପାଇଛି । ତାମିଲନାଡୁକୁ ସବୁଠୁ ବଡ ଚେସ ଇଭେଣ୍ଟର ହୋଷ୍ଟିଂ ଅଧିକାର ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର ।
ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାର ୧୮୭ ଟି ଦେଶରୁ ୨,୦୦୦ ରୁ ଅଧିକ ଅଂଶଗ୍ରହଣକାରୀ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି ଯେଉଁଥିରେ ରାଜ୍ୟ ସରକାର ୯୨ କୋଟି ଟଙ୍କା ଧାର୍ଯ୍ୟ କରିଛନ୍ତି ।
ଜୁନ୍ ୧୯ ରେ, ପ୍ରଧାନମନ୍ତ୍ରୀ ମୋଦୀ ଚେସ୍ ଅଲିମ୍ପିଆଡ୍ ପାଇଁ ସର୍ବପ୍ରଥମ ଟର୍ଚ୍ଚ ରିଲେ ଫ୍ଲାଗ୍ କରିଥିଲେ । ଏହି ମଶାଲମମଲ୍ଲାପୁରମରେ ପହଂଚିବା ପୂର୍ବରୁ ଦେଶର ୭୫ ଟି ସହରକୁ ନିଆଯିବାକୁ ଲକ୍ଷ୍ୟ ରଖାଯାଇଥିଲା ।
Comments ସମସ୍ତ ମତାମତ