Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆସନ୍ତାକାଲି ଆସିବେ ଚେଲ୍ଲାକୁମାର, ମମିତା ମେହେରଙ୍କ ପରିବାରକୁ ଭେଟିବେ

    Share on :
    ajab-Image
    Date: Oct 27, 2021    Views: 3390

    ଭୁବନେଶ୍ୱର : ଆଗକୁ ପଂଚାୟତ ନିର୍ବାଚନ  । ଆଗାମୀ ନିର୍ବାଚନ ପାଇଁ ଦଳ କିଭଳି ରଣନୀତି ପ୍ରସ୍ତୁତ କରିବ ତାହା ଅନୁଧ୍ୟାନ କରିବା ସହ ବ୍ଲୁପ୍ରିଂଟ ପ୍ରସ୍ତୁତି ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି ଏ.ଚେଲ୍ଲାକୁମାର  । ଚେଲ୍ଲାକୁମାରଙ୍କ ତିନିଦିନିଆ ଓଡ଼ିଶା ଗସ୍ତକୁ ନେଇ କଂଗ୍ରେସ ଭବନ ଚଳଚଂଚଳ ହୋଇଯାଇଛି  ।

    ମିଳିଥିବା ସୂଚନାନୁଯାୟୀ, ଆସନ୍ତାକାଲି ସକାଳ ୯ଟାରେ ଚେଲ୍ଲାକୁମାର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଁଚିବେ  । ପରେ ସେ ଭୁବନେଶ୍ୱର ବିମାନବନ୍ଦରରୁ ହେଲିକପ୍ଟର ଯୋଗେ କଂଟାବାଞ୍ôଜ ଯିବାର କାର୍ଯ୍ୟକ୍ରମ ରହିଛି  । ସେଠାରୁ କାରରେ ଝରଣି ଯାଇ ସ୍ୱର୍ଗତ ମମିତା ମେହେରଙ୍କ ପରିବାର ବର୍ଗଙ୍କୁ ଭେଟିବେ  । ଝରଣିରୁ ବାହାରି ସେ ଭୁବନେଶ୍ୱରରେ ପହଁଚିବା ପରେ ଅପରାହ୍ନ ସାଢେ଼ ୪ଟାରେ କଂଗ୍ରେସ ଭବନ ଯିବେ  । କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସମ୍ବୋଧିତ କରିବେ  । ପରେ ହୋଟେଲ ସ୍ୱସ୍ତି ଗ୍ରାଣ୍ଡରେ ଏ.ଚେଲ୍ଲାକୁମାର ରାତ୍ରିଯାପନ କରିବେ  ।

    ଅକ୍ଟୋବର ୨୯ ସକାଳେ ଚେଲ୍ଲାକୁମାର ଢେଙ୍କାନାଳ ଗସ୍ତ କରି ଜିଲ୍ଲା, ବ୍ଲକ ଓ ଗ୍ରାମଂପଚାୟତସ୍ତରୀୟ ନେତାଙ୍କ ସହ ଆଲୋଚନା କରିବେ  । ଶନିବାର ଦିନ ଚେଲ୍ଲାକୁମାରଙ୍କ କଟକ ଗସ୍ତର କାର୍ଯ୍ୟକ୍ରମ ରହିଛି  । କଟକରେ ଜିଲ୍ଲା କଂଗ୍ରେସର ପଦାଧିକାରୀ, ବ୍ଲକ ଓ ପଂଚାୟତସ୍ତରୀୟ ନେତାଙ୍କ ସହ ଚେଲ୍ଲାକୁମାର ଆଲୋଚନା କରିବେ ବୋଲି ଜଣାପଡିଛି  ।

    Maximum 500 characters

    ତାଜା ଖବର View all

    Find Us on Facebook