Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

CBSE 12th

ମୁଖ୍ୟ ଖବର

    ସିବିଏସଇ ଫଳାଫଳ, ନକଲି ନୋଟିସ୍ ବିରୋଧରେ ବୋର୍ଡର ଚେତାବନୀ

    Share on :
    ajab-Image
    Date: Apr 6, 2022    Views: 4306

    ଭୁବନେଶ୍ୱର: ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡରୀ ଏଜୁକେସନ ଚୂଡାନ୍ତ ପଳାଫଳରେ ୱେଟେଜ୍ ଟର୍ମ-୧ ଓ ଟର୍ମ ୨ ବୋର୍ଡ ପରୀକ୍ଷା ବିଷୟରେ ସୋସିଆଲ ମିଡିଆ 
    ପ୍ଲାଟଫର୍ମରେ ପ୍ରସାରିତ ଏକ ନକଲି ନୋଟିସ୍ ଘୂରି ବୁଲୁଛି । ଏହାକୁ ନେଇ ସିବିଏସଇ ଚେତାବନୀ ଦେଇଛି ।

    ସୋସିଆଲ ମିଡିଆରେ ଘୂରି ବୁଲୁଥିବା ନକଲି ନୋଟିସ୍ ଅନୁସାରେ ୩୦ପ୍ରତିଶତ ୱେଟେଜ୍ ଟର୍ମ-୧ ପରୀକ୍ଷାରେ ଏବଂ ଅବଶିଷ୍ଟ୭୦ପ୍ରତିଶତ ଟର୍ମ-୨ ପରୀକ୍ଷାରେ ଦିଆଯିବ ଓ ଇଣ୍ଟରନାଲ ଆସେସମେଣ୍ଟପାଇଁ ୱେଟେଜ୍ ସମାନ ରହିବ । 

    ଏଥିରେ ଆହୁରି ମଧ୍ୟ କୁହାଯାଇଛି କୋଭିଡ-୧୯ ଯୋଗୁ କିମ୍ବା ଅଲମ୍ପିଆଡ କିମ୍ବା ସ୍ପୋର୍ଟସ ଇଭେଣ୍ଟରେ ଜଡିତ ଥିବା ଛାତ୍ରଛାତ୍ରୀମାନେ, କେବଳ ଟର୍ମ-୨ ପରୀକ୍ଷାରେ ସେମାନଙ୍କ ପ୍ରଦର୍ଶନ ଆଧାରରେ ମୂଲ୍ୟାଙ୍କନ କରାଯିବ । 

    ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ସିବିଏସଇ, ଛାତ୍ର ଓ ଅନ୍ୟ ସମସ୍ତ ଅଂଶୀଦାରଙ୍କ ପାଇଁ ଏକ ସତର୍କ ସୂଚନା ଜାରି କରିଛି ଯେ, ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରସାରିତ ଏହି ନୋଟିସ୍ ନକଲି ଅଟେ । 

    ପରୀକ୍ଷାର୍ଥୀମାନେ ମନେ ରଖିବା ଉଚିତ୍ ଯେ, ବୋର୍ଡ ପରୀକ୍ଷା, ବିଭିନ୍ନ ସର୍ତ୍ତାବଳୀରେ ମାର୍କ ବଣ୍ଟନ ସମ୍ବନ୍ଧୀୟ ସମସ୍ତ ବିଜ୍ଞପ୍ତି କେବଳ ସରକାରୀ ସିବିଏସଇ ୱେବସାଇଟ-କିମ୍ବା ବୋର୍ଡର ଅଫିସିଆଲ ଟ୍ୱିଟର ଆକାଉଣ୍ଟ ମାଧ୍ୟମରେ ପ୍ରଦାନ କରାଯିବ । 

    ଅନ୍ୟପଟେ ସିବିଏସଇ ଟର୍ମ-୧ ପରୀକ୍ଷା ପାଇଁ ଡିସପୁଟ୍ ରିଡ୍ରେସାଲ୍ ମେକାନିଜିମ୍ ପଞ୍ଜିକରଣର ସମୟସୀମାକୁ ୨୦ ଏପ୍ରିଲ ବୁଧବାର ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । କିଛି ବିଦ୍ୟାଳୟ ସୂଚନା ଦେବା ପରେ ସିବିଏସଇ ଏଭଳି ନିଷ୍ପତ୍ତି ନେଇଛି । 

    Maximum 500 characters

    CBSE 12th View all

    Find Us on Facebook