Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

CBSE 10th

ମୁଖ୍ୟ ଖବର

    ସିବିଏସଇ ଦଶମ ଟର୍ମ ୨ ପରୀକ୍ଷା୨୦୨୨: ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ଜାଣିବା ଦରକାର

    Share on :
    ajab-Image
    Date: Apr 8, 2022    Views: 4469

    ନୂଆଦିଲ୍ଲୀ: କରୋନା ମହାମାରୀର ଭୟାବହତାରୁ ଟିକିଏ ଆଶ୍ୱସ୍ତି ପରେ ଏବେ ବୋଡର଼୍ ଘୋଷଣା କରିଛି ସଠିକ ନିୟମ ଅନୁଯାୟୀ ପରୀକ୍ଷା ହେବାକୁ ଯାଉଛି । ସିବିଏସ ଦଶମ ପରୀକ୍ଷାର୍ଥୀମାନଙ୍କ ପାଇଁ ଉସôାହ ଓ ଉକôଣ୍ଠାର ସହିତ ଟର୍ମ ୨ ପରୀକ୍ଷା ଦେବାକୁ ଯାଉଛନ୍ତି । ଏହାପରେ ଏହାର ଫଳଫଳ ଆଶାରେ ରହିବେ ଛାତ୍ରଛାତ୍ରୀ । କେନ୍ଦ୍ରିୟ ମାଧ୍ୟମିକ ଶିକ୍ଷା ବୋଡର଼୍ (ସିବିଏସଇ) ପରୀକ୍ଷାର ସୁଚାରୁ ରୂପେ ସମ୍ପାଦନ ହେବା ପରେ ଏହାର ଫଳ ଘୋଷଣା କରାଯିବ । 
    ଏଠାରେ ଆମେ ଆଜି କିଛି ଏପରି ସୂଚନା ଦେବୁ ଯାହା ଆପଣଙ୍କୁ ଆପଣଙ୍କ ପରୀକ୍ଷାର ଫଳାଫଳ ଜାଣିବାରେ ସାହାର୍ଯ୍ୟ କରିବ ।

    - ରେ ସିବିଏସଇର ଅଫିସିଆଲ ୱବସାଇଟରେ ଲଗ ଇନ କରି ମୁକ୍ତ ହେବା ପରେ ରେଜଲ୍ଟ ବାହାରିବା ପରେ ସିବିଏସଇ ଛାତ୍ରଛାତ୍ରୀ ମାନେ ନିଜ ଫଳାଫଳ ଯାଞ୍ଚ କରିପାରିବେ ।
    - ଏଥର ସିବିଏସଇ ଦୁଇଟି ପର୍ଯ୍ୟୟରେ ବୋଡର଼୍ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି କାରଣ ଗତ ବର୍ଷ ମହାମାରୀ ହେତୁ ଗତ ବର୍ଷ ବୋଡର଼୍ ପରୀକ୍ଷା ବାତିଲ କରାଯାଇଥିଲା । 

    - କୌଣସି ୱେବଚ୍ୟାନେଲର ନକଲି ବିଜ୍ଞପ୍ତି ଉପରେ କେବେ ମଧ୍ୟ ବିଶ୍ୱାସ କରନ୍ତୁ ନାହିଁ । ଏହା ପୂର୍ବରୁ ଏହାର ସଠିକ ଯାଞ୍ଚ କରିନିଅନ୍ତୁ । କାରଣ ଏଥର ସିବିଏସଇ ଟର୍ମ ୨ ପରୀକ୍ଷା ୨୦୨୨ ସମ୍ବନ୍ଧରେ ସୋସିଆଲ ମିଡ଼ିଆରେ ନକଲି ଖବର ପ୍ରସାରିତ ହୋଇଥିଲା । ଏହିଭଳି ଭ୍ରାନ୍ତ ଖବରରେ ଚିନ୍ତା ଗ୍ରସ୍ତ ନ ହୁଅନ୍ତୁ ସଠିକ ବୋଡର଼୍ର ୱେବ ସାଇଟକୁ ଯାଞ୍ଚ କରନ୍ତୁ । 

    - ନକଲି ବିଜ୍ଞପ୍ତି ଅନୁଯାୟୀ, ସିବିଏସଇ ଦଶମ ବୋଡର଼୍ ପରୀକ୍ଷା ୨୦୨୨ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ୪ ମଇ ୨୦୨୨ରୁ ଆରମ୍ଭ ହେବ । ଏଥିସହ ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ ପ୍ରାକ୍ଟିକାଲ, ପ୍ରୋଜେକ୍ଟ ଓ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ କରିବାକୁ ବିଦ୍ୟାଳୟଗୁଡ଼ିକୁ ଅନୁମତି ଦିଆଯିବ । କିନ୍ତୁ ପ୍ରକୃତରେ ଏପ୍ରିଲ ୨୬ରେ ଦଶମ ବୋଡର଼୍ ପରୀକ୍ଷା ହେବାକୁ ଯାଉଛି । 

    - ସିବିଏସଇ ବୋଡର଼୍ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ସମସ୍ତେ ଆଇଏଏନଏସ ରିପୋର୍ଟ ଅନୁଯାୟୀ ଦଶମ ବୋଡର଼୍ ପରୀକ୍ଷାର ଟର୍ମ ୨ କରିବାକୁ ପ୍ରସ୍ତୁତ ଅଛନ୍ତି । 
    କରୋନାର ଭୟାବହତା ନଥିବାରୁ ଚଳିତବର୍ଷ ବୋଡର଼୍ ପରୀକ୍ଷଣର ଦ୍ୱିତୀୟ କାର୍ଯ୍ୟକାଳ ବାତିଲ ହେବାର ସମ୍ଭାବନା ନାହିଁ । ତଥାପି ଯେଉଁମାନେ ପରୀକ୍ଷା ନଦେବାକୁ ସ୍ଥିର କରନ୍ତୁ, ସେମାନଙ୍କର ପ୍ରଥମ ଟର୍ମ ପରୀକ୍ଷାର ଫଳାଫଳ ଆଧାରରେ ଗ୍ରେଡ଼ ଦିଆଯିବ ।

    ସିବିଏସଇ ଟର୍ମ ୨ ବୋଡର଼୍ ପରୀକ୍ଷା ୨୦୨୨ ଫଳାଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀ ମାନେ ଉମଙ୍ଗ ଆପରେ ଏବଂ ଅଫସିଆଲ ୱେବସାଇଟରୁ ଫଳାଫଳ ଯାଞ୍ଚ କରିବାରେ ସକ୍ଷମ ହେବେ ।

    Maximum 500 characters

    CBSE 10th View all

    Find Us on Facebook