ମୁଖ୍ୟ ଖବର
ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋଡର଼୍ (ସିବିଏସଇ) ପକ୍ଷରୁ ଏକ ଜାଲ ବିଜ୍ଞପ୍ତି ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦିଆଯାଇଛି । ସୋସିଆଲ ମିଡ଼ିଆରେ ଟର୍ମ ୧ ପରୀକ୍ଷା ସଂକ୍ରାନ୍ତୀୟ ଏକ ଫେକ ନୋଟିସ ବୁଲୁଥିବା ଲକ୍ଷ୍ୟ କରାଯାଇଛି ।
ଏନେଇ ସିବିଏସଇ ପକ୍ଷରୁ କୁହାଯାଇଛିଯେ, ସିବିଏସଇ ଫଳାଫଳ ନିର୍ଦ୍ଧାରଣ ବେଳେ ଟର୍ମ ୧ ପରୀକ୍ଷାର ଫଳ ୱେଟେଜ କମିବ ବୋଲି ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ଘୁରିବୁଲୁଛି । କିନ୍ତୁ ଏହା ଏକ ଜାଲ ନୋଟିସ । ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଏହାକୁ ବିଶ୍ୱାସ କରନ୍ତୁ ନାହିଁ ।
ସିବିଏସଇର ଅଫିସିଆଲ ୱେବସାଇଟରେ ଟର୍ମ୧ ଓ ଟର୍ମ ୨ ପରୀକ୍ଷାର ୱେଟେଜ ସଂକ୍ରାନ୍ତରେ ସବିଶେଷ ତଥ୍ୟ ପ୍ରଦାନ କରାଯିବ । ତେଣୁ ସୋସିଆଲ ମିଡ଼ିଆରେ ବୁଲୁଥିବା ଜାଲ ନୋଟିସକୁ ବିଶ୍ୱାସ ନକରି ପରୀକ୍ଷା ପାଇଁ ଭଲରେ ପ୍ରସ୍ତୁତ ହେବାକୁ ପରାମର୍ଶ ଦିଆଯାଇଛି ।
Comments ସମସ୍ତ ମତାମତ