ମୁଖ୍ୟ ଖବର
ନୂଆଦିଲ୍ଲୀ : ସିବିଏସଇ ପକ୍ଷରୁ ୧୦ମ ଶ୍ରେଣୀ ଟର୍ମ ୨ ବିଜ୍ଞାନ ସାମ୍ପଲ ପେପର ପ୍ରକାଶ ପାଇଛି । ଏହି ସାମ୍ପଲ ପେପରରେ ଆଗାମୀ ବୋଡର଼୍ ପରୀକ୍ଷାରେ ପଡ଼ିବାର ସମ୍ଭାବନା ଥିବା ପ୍ରଶ୍ନପତ୍ର ମଧ୍ୟ ଦିଆଯାଇଛି । ସିବିଏସଇର ଅଫିସିଆଲ ୱେବସାଇଟରୁ ଛାତ୍ରଛାତ୍ରୀମାନେ ଏହି ସାମ୍ପଲ ପେପର ଡାଉନଲୋଡ଼ କରିପାରିବେ ।
ଟର୍ମ ୨ରେ କେଉଁ ୟୂନିଟରୁ ପ୍ରଶ୍ନ ଆସିବ, କିଭଳି ପ୍ରଶ୍ନ ଆସିବ ସେନେଇ ସାମ୍ପଲ ପେପରରେ ସବିଶେଷ ତଥ୍ୟ ଦିଆଯାଇଛି । ସେହିପରି ଏହାର ମୂଲ୍ୟାୟନ ପଦ୍ଧତି ସଂକ୍ରାନ୍ତରେ ବି ସୂଚିତ କରାଯାଇଛି ।
ଆସନ୍ତୁ ଜାଣିବା, ଏଥିରେ କ’ଣ ରହିଛି ?
ସିବିଏସଇ ଟର୍ମ ୨ ବିଜ୍ଞାନ ପ୍ରଶ୍ନପତ୍ରରେ ୩ଟି ବିଭାଗ ଓ ୧୫ଟି ପ୍ରଶ୍ନ ରହିବ ।
ସେକ୍ସନ ଏରେ ୭ଟି ପ୍ରଶ୍ନ ରହିବ, ପ୍ରତି ପ୍ରଶ୍ନ ପାଇଁ ୨ ମାର୍କ ରହିଛି ।
ସେକ୍ସନ ବିରେ ୬ଟି ପ୍ରଶ୍ନ ରହିବ, ଯେଉଁଠି ପ୍ରତି ପ୍ରଶ୍ନ ପାଇଁ ୩ ମାର୍କ ରହିବ ।
ସେକ୍ସନ ସିରେ ଦୁଇଟି କେସ ବେସଡ଼ ୪ ମାର୍କ ବିଶିଷ୍ଟ ପ୍ରଶ୍ନ ରହିବ ।
ଅପ୍ରେଲ ୨୬ରୁ ସିବିଏସଇ ଟର୍ମ ୨ ବୋଡର଼୍ ପରୀକ୍ଷା ହେବ । ୫୦% ସିଲାବସ ହ୍ରାସ କରାଯାଇଥିବାବେଳେ ଉଭୟ ସଂକ୍ଷିପ୍ତ ଓ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ରହିବ । ପରୀକ୍ଷା ପାଇଁ ୨ ଘଂଟାର ସମୟ ଅବଧି ରହିଛି ।
Comments ସମସ୍ତ ମତାମତ