ମୁଖ୍ୟ ଖବର
ଭୁବନେଶ୍ୱର: ସିବିଏସ୍ଇ ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ଟର୍ମ-୨ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି । ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଦିନ୧୨.୩୦ରେ ପରୀକ୍ଷା ଦେବେ । ପରୀକ୍ଷାର ୧୫ ମିନିଟ୍ ପୂର୍ବରୁ ପିଲାଙ୍କୁ ପ୍ରଶ୍ନପତ୍ର ପଢ଼ିବାକୁ ଦିଆଯିବ । ପିଲାଙ୍କ ପ୍ରଥମ ଦିନ ଏଣ୍ଟରପ୍ରିନ୍ୟୁଅରସିପ୍, ବିୟୁଟି ଏବଂ ୱେଲନେସ୍ ବିଷୟର ପରୀକ୍ଷା କରାଯିବ । ପରୀକ୍ଷାର ଅବଧି ୨ ଘଣ୍ଟା ରହିଛି । ଛାତ୍ରଛାତ୍ରୀମାନେ ଏଥିରେ ଉଭୟ ଦୀର୍ଘ ଓ ସଂକ୍ଷିପ୍ତ ପ୍ରଶ୍ନର ଉତ୍ତର ଦେବେ ।
ଏନେଇ ସିବିଏସ୍ଇ ପକ୍ଷରୁ ତାରିଖ ଘୋଷଣା କରାଯାଇଛି । ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ଟର୍ମ-୨ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇ ଜୁନ୍୧୫ ପର୍ଯ୍ୟନ୍ତ ପରୀକ୍ଷାର ଅବଧି ଧାର୍ଯ୍ୟ କରାଯାଇଛି । ଶେଷ ଦିନ ଜୁନ୍୧୫ରେ ମନୋବିଜ୍ଞାନ ପରୀକ୍ଷା ହେବ ।
କରୋନା ମହାମାରୀ ପାଇଁ ଚଳିତ ବର୍ଷ ପ୍ରଥମ କରି ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ଦୁଇଟି ପର୍ୟ୍ୟାୟରେ କରିବାକୁ ନିଷ୍ପତ୍ତି ନେଇଥିଲା । ଏହି ଆଧାରରେ ଗତ ନଭେମ୍ବରରୁ ଡିସେମ୍ବର ମଧ୍ୟରେ ଟର୍ମ-୧ ପରୀକ୍ଷା ସରିଥିଲା । ଯାହାର ଫଳ ଖୁବ୍ଶୀଘ୍ର ପ୍ରକାଶ ପାଇବ । ପ୍ରଥମ ଟର୍ମ ଭଳି ଟର୍ମ-୨ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି ।
Comments ସମସ୍ତ ମତାମତ