ମୁଖ୍ୟ ଖବର
ଭୁବନେଶ୍ୱର: ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ସବିଏସଇ ଟର୍ମ ୨ ପରୀକ୍ଷା ୨୬ ଏପ୍ରିଲ ୨୦୨୨ ରୁ ଆରମ୍ଭ ହେଉଛି । ଏମିତି କିଛି ବିଷୟ ଅଛି, ଯେଉଁଥିରେ ଛାତ୍ରଛାତ୍ରୀମାନେ ପୂର୍ଣ୍ଣ ମାର୍କ ପାଇପାରିବେ । ଯଦି ଆମେ ପୂର୍ବ ବର୍ଷର ସିବିଏସ୍ଇ ବୋର୍ଡ ଟପ୍ପର ମାର୍କ ସିଟ୍ ଗୁଡିକୁ ଦେଖିବା, ଆମେ ସ୍ପଷ୍ଟ ଭାବରେ ଦେଖିପାରୁ ଯେ ଛାତ୍ରମାନେ କିଛି ବିଷୟ ଉପରେ ୧୦୦% ମାର୍କ ହାସଲ କରିଥିଲେ । ତେବେ କିପରି ଆପଣ ବି ପରୀକ୍ଷାରେ ଭଲ ପ୍ରଦର୍ଶନ କରିପାରିବେ, ଆସନ୍ତୁ ସେ ବିଷୟରେ ଟିପ୍ସ ଜାଣିବା
୧. ସିବିଏସଇ ଟର୍ମ ୨ ନମୁନା ପେପରଗୁଡିକ ସମାଧାନ କରନ୍ତୁ:
ସିବିଏସଇ ସାମ୍ପୂଲ ପେପରର ସମାଧାନ ହେଉଛି ବୋର୍ଡ ପରୀକ୍ଷାରେ ପୂର୍ଣ୍ଣ ମାର୍କ ହାସଲ କରିବାର ପ୍ରଥମ ଏବଂ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ସାମ୍ପୂଲ ପେପର ମାଧ୍ୟମରେ, ଛାତ୍ରଛାତ୍ରୀମାନେ କେବଳ ପରୀକ୍ଷା ଢାଞ୍ଚାକୁ ବୁଝି ପାରିବେ, ତା ନୁହେଁ ନାହିଁ ବରଂ ସମୟ ପରିଚାଳନାର କଳା ମଧ୍ୟ ଶିଖିବେ ।
୨.ପ୍ରଶ୍ନର ଉତ୍ତର ଦେବାକୁ ସଠିକ୍ ପ୍ରଣାଳୀ ଅନୁସରଣ କରନ୍ତୁ:
ଗଣିତ, ବିଜ୍ଞାନ, ଇଂରାଜୀ ଇତ୍ୟାଦି ସମସ୍ତ କନସେପ୍ଟ ଆଧାରିତ ବିଷୟଗୁଡ଼ିକରେ ଉତ୍ତରର ଷ୍ଟେପ୍-ୱାଇଜ୍ ପଦ୍ଧତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସିବିଏସଇ ମାର୍କିଂ ସ୍କିମ୍ ୨୦୨୨ ଅନୁସରଣ କରନ୍ତୁ । ଏହା କରିବା ଦ୍ୱାରା ଉତ୍ତର ଲେଖିବାର ସଠିକ୍ ପ୍ରଣାଳୀ ଆପଣ ଜାଣିପାରିବେ । ସଠିକ୍ ପ୍ରଣାଳୀରେ ଉତ୍ତର ଲେଖିଲେ ସିବିଏସଇ ପରୀକ୍ଷାରେ ପୁରସ୍କୃତ ମାର୍କ ଦିଆଯାଏ
୩.କୌଣସି ପ୍ରଶ୍ନକୁ ଅବହେଳା କରି ଛାଡନ୍ତୁ ନାହିଁ:
ସିବିଏସଇ ବୋର୍ଡ ପରୀକ୍ଷାରେ ସର୍ବାଧିକ ମାର୍କ ସ୍କୋର କରିବା ପାଇଁ ଏହା ଅନ୍ୟ ଏକ ଉପଯୋଗୀ ଟିପ୍ସ । ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ଚେଷ୍ଟା କରନ୍ତୁ । ଯଦି ଆପଣ ସେହି ପ୍ରଶ୍ନର ସଠିକ୍ ଉତ୍ତର ଜାଣିନାହାନ୍ତି, ତେବେ ସେହି ବିଷୟ ବାବଦରେ ମୁଣ୍ଡ ଖଟାଇ କିଛି ଲେଖିବା ପାଇଁ ଚେଷ୍ଟା କରନ୍ତୁ ।
୪.ସର୍ବଦା ପ୍ରଶ୍ନର ଟୁ-ଦି-ପଏଣ୍ଟ ଉତ୍ତର ଲେଖନ୍ତୁ:
ଆପଣଙ୍କର ଉତ୍ତରଗୁଡିକ ସଂକ୍ଷିପ୍ତ ଏବଂ ସଠିକ୍ ରଖିବାକୁ ଚେଷ୍ଟା କରନ୍ତୁ । ଅଧିକ ସୂଚନା ଏବଂ କମ୍ ଶବ୍ଦ ବ୍ୟବହାର କରନ୍ତୁ । ଯଥେଷ୍ଟ ଅଧିକ ଲେଖନ୍ତୁ ନାହିଁ । କାରଣ ସେତେବେଳେ ଆପଣଙ୍କର ଉତ୍ତର ଏକ ପାରାଗ୍ରାଫରେ ପରିଣତ ହେବ, ଯାହା ପରୀକ୍ଷକଙ୍କ ପାଇଁ ମାର୍କ ପ୍ରଦାନ କରିବା କଷ୍ଟକର ହୋଇପାରେ ।
Comments ସମସ୍ତ ମତାମତ