Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଓଡ଼ିଶା ରାଜସ୍ୱ ସେବା କ୍ୟାଡ଼ରରେ ଅତିରିକ୍ତ ପଦବୀ ସୃଷ୍ଟି

    Share on :
    ajab-Image
    Date: Aug 13, 2022    Views: 4054

    ଭୁବନେଶ୍ୱର:  ଓଡ଼ିଶା ରାଜସ୍ୱ ସେବା କ୍ୟାଡ଼ରରେ ଅତିରିକ୍ତ ପଦବୀ ସୃଷ୍ଟି ନିମନ୍ତେ ରାଜ୍ୟ କ୍ୟାବିନେଟ  ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏବେ ରାଜସ୍ୱ ସେବା କ୍ୟାଡ଼ର(ଗ୍ରୁପ-ବି)ରେ ମୋଟ ୧୦୯୨ଟି ପଦବୀ ରହିଛି । ସେଥିରୁ ୭୯ଟି ପଦବୀ ଛୁଟି, ଡେପୁଟେସନ ଓ ଟ୍ରେନିଂ ରିଜର୍ଭ ଅଧୀନରେ ଅଛି । ବିଭିନ୍ନ ବିଭାଗ, ପିଏସୟୁ ଓ ସରକାରୀ ଏଜେନ୍ସୀଗୁଡ଼ିକର ଆବଶ୍ୟକତା ଅନୁସାରେ ଉକ୍ତ ପଦବୀ ମଧ୍ୟରୁ ସେମାନଙ୍କୁ ସେବା ଯୋଗାଇବା ପର୍ୟ୍ୟାପ୍ତ ହେଉନି । ଏହାବ୍ୟତୀତ ସମ୍ବେଦନଶୀଳ ତହସିଲ, ବନ୍ଦୋବସ୍ତ ଓ ଚକବନ୍ଦୀ କାର୍ୟ୍ୟାଳୟ, ପଞ୍ଜିକରଣ କାର୍ୟ୍ୟାଳୟ, ରାଜସ୍ୱ ନିରୀକ୍ଷକ ତାଲିମ ପ୍ରତିଷ୍ଠାନ, ରାଜସ୍ୱ ପର୍ଷଦରେ ଅତିରିକ୍ତ ପଦବୀର ଆବଶ୍ୟକତା ରହିଛି । ଏସବୁ ଆବଶ୍ୟକତା ପୂରଣ ନିମନ୍ତେ ଓଡ଼ିଶା ରାଜସ୍ୱ ସେବା କ୍ୟାଡ଼ରରେ ଆଉ ୧୯୮ଟି ପଦବୀ ସୃଷ୍ଟି ନିମନ୍ତେ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଫଳରେ ଓଡ଼ିଶା ରାଜସ୍ୱ ସେବାରେ ମୋଟ କ୍ୟାଡ଼ର ପଦବୀ ୧୨୯୦କୁ ବୃଦ୍ଧି ପାଇବ । ଏହି ନୂତନ ଭାବେ ଅନୁମୋଦିତ ୧୯୮ଟି ପଦବୀ ମଧ୍ୟରୁ ୩୨ଟି ପଦବୀ ଅତିରିକ୍ତ ତହସିଲଦାର(ଏନଫୋର୍ସମେଂଟ), ସହକାରୀ ଚକବନ୍ଦୀ/ବନ୍ଦୋବସ୍ତ ଅଧିକାରୀରେ ୫ଟି ପଦବୀ, ସବ ରେଜିଷ୍ଟ୍ରାରରେ ୩୦ଟି ପଦବୀ, କୋର୍ଟ ଅଫିସରରେ ୧୧ଟି ପଦବୀ, ଛୁଟି-ଡେପୁଟେସନ ଓ ଟ୍ରେନିଂ ରିଜର୍ଭରେ ୧୧୮ଟି ପଦବୀ ସୃଷ୍ଟି ପାଇଁ ଅନୁମତି ମିଳିଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook