Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଏହି ବିଭାଗରେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ମିଳିବ ତୃତୀୟ ଶ୍ରେଣୀ ପଦୋନ୍ନତି

    Share on :
    ajab-Image
    Date: Aug 9, 2021    Views: 7402

    ଭୁବନେଶ୍ୱର : ଓଡ଼ିଶା କାରଗାର କିମ୍ବା ସୁଧାର ଅମଲା ସେବା (କନିଷ୍ଠ କିରାଣୀ ତଥା ଟାଇପିଷ୍ଟ), କନିଷ୍ଠ ହିସାବ ରକ୍ଷକ ଏବଂ ବରିଷ୍ଠ କିରାଣୀ ତଥା ହିସାବ ରକ୍ଷକ ନିଯୁକ୍ତି ପଦ୍ଧତି ଏବଂ ସେବା ସର୍ତ ନିୟମାବଳୀ ୨୦୨୧ ପ୍ରଣୟନକୁ ମଧ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି  । ଯାହାଫଳରେ କାରାଗାର ପ୍ରତିଷ୍ଠାନ ଅଧିନସ୍ଥ କାର୍ଯ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ତୃତୀୟ ଶ୍ରେଣୀ କର୍ମଚାରୀକୁ ପଦୋନ୍ନତି ପାଇପାରିବେ  । 

    ରାଜ୍ୟ କ୍ୟାବିନେଟରେ ଓଡ଼ିଶା ଅର୍ଥ ସେବା କ୍ୟାଡ଼ର ପୁନର୍ଗଠନ ପ୍ରସ୍ତାବକୁ ମଂଜୁରୀ ମିଳିଛି  । ଏହାଦ୍ୱାରା ବିଭିନ୍ନ ବିଭାଗର କାର୍ଯ୍ୟାଳୟରେ କିଛି ପଦର ପାହ୍ୟା ବୃଦ୍ଧି ସହ ପଦ ସୃଷ୍ଟି ହୋଇଛି  । ଫଳରେ ଓଡ଼ିଶା ଅର୍ଥ ସେବା କ୍ୟାଡ଼ର ପଦବୀ ସଂଖ୍ୟା ୯୧୨ରୁ ୧୦୧୬କୁ ବୃଦ୍ଧି ପାଇଛି  ।

    କ୍ୟାବିନେଟର ମଂଜୁରୀ ଅନୁଯାୟୀ, ଓଏଫଏସ (ଏସଏସ) ପଦବୀ ସଂଖ୍ୟା ୩୧, ଏସଏଜି ୭୦, ଏସଜି ୧୩୦, ଏସବି ୨୦୪ ଓ ଜେବି ପଦବୀ ସଂଖ୍ୟା ୫୮୧ ହୋଇଛି  ।

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି  । କ୍ୟାବିନେଟ ବୈଠକରେ ୧୬ଟି ପ୍ରସ୍ତାବକୁ ମଂଜୁରୀ ମିଳିଛି  । କ୍ରୀଡ଼ା ଓ ଯୁବବ୍ୟାପାର, ଜଳ ସମ୍ପଦ, ଅର୍ଥ, ସାଧାରଣ ପ୍ରଶାସନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଗୃହ, ଶ୍ରମ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଏବଂ ପୂର୍ତ ବିଭାଗର ପ୍ରସ୍ତାବ ଉପରେ ମୋହର ଲାଗିଛି  ।

     

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook