Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଏହି ବଜେଟ୍ ସାଧାରଣ ଜନତାଙ୍କ ପାଇଁ ନୁହେଁ:ପଞ୍ଚାନନ

    Share on :
    ajab-Image
    Date: Feb 2, 2025    Views: 12763

    ଭୁବନେଶ୍ବର : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତକାଲି ଲୋକସଭାରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିଥିଲେ। ଏହି ବଜେଟ ଉପରେ ଆଜି ପ୍ରତିକ୍ରିୟା ରଖି ବରିଷ୍ଠ କଂଗ୍ରେସ ନେତା ତଥା ଓଡ଼ିଶାର ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି, ଏହି ବଜେଟ୍ ସାଧାରଣ ଜନତାଙ୍କ ପାଇଁ ନୁହେଁ। ଏହା କର୍ପୋରେଟ ବଜେଟ। ଏଥିରେ ଚାଷୀ ଓ ସାଧାରଣ ଲୋକ ହତାଶ ହୋଇଛନ୍ତି।

    ପଞ୍ଚାନନ କାନୁନଗୋ ଆହୁରି ମଧ୍ୟ କହିଛନ୍ତି ଏହି ବଜେଟରେ ଚାଷୀ ଗରିବ ଆଦିବାସୀ ଦଳିତଙ୍କ ପାଇଁ କିଛି ନାହିଁ। ଡବଲ ଇଂଜିନ ସରକାର କେବଳ କୁହାଳିଆ ସରକାର। ଆଜି ଯାଏଁ କିଛି ନୂଆ ଯୋଜନା ନାହିଁ। ଗତକାଲି ବଜେଟରେ ଯେଉଁ ୧୨ ଟଙ୍କା ପର୍ୟ୍ୟନ୍ତ ଆୟ ଉପରେ ଟିକସ ଛାଡ କଥା କୁହାଯାଇଛି, ତାହା କାହା ପାଇଁ ବୋଲି ସେ ପ୍ରଶ୍ନ କରିଛନ୍ତି। ପଞ୍ଚାନନ କାନୁନଗୋ କହିଛନ୍ତି ଦେଶରେ କେତେ ଲୋକ ୧୨ ଲକ୍ଷ ବାର୍ଷିକ ଆୟ କରୁଛନ୍ତି। ସର୍ଭେ କହୁଛି ଦେଶର କେବଳ ୧.୨ ପ୍ରତିଶତ ଲୋକ ଅଛନ୍ତି ଯେଉଁମାନେ ୧୨ ଲକ୍ଷ ଆୟ କରୁଛନ୍ତି। ଆଉ ୬୦ ପ୍ରତିଶତ ଲୋକଙ୍କ ବାର୍ଷିକ ଆୟ ୩ ଲକ୍ଷରୁ କମ।  ବାକି ୨୦ ପ୍ରତିଶତ ଲୋକ କେବଳ ୬ ହଜାର ଟଙ୍କାରେ ଚଳନ୍ତି। ବଜେଟରେ ଏପରି ଲୋକଙ୍କ ପାଇଁ କିଛି ନାହିଁ।

    Maximum 500 characters

    ରାଜନୀତି View all

    Find Us on Facebook