ମୁଖ୍ୟ ଖବର
ଭୁବନେଶ୍ୱର: ଆରମ୍ଭ ହୋଇଯାଇଛି ବଜେଟ ଅଧିବେଶନ । ଆଜି (ଶନିବାର) ଅର୍ଥାତ୍ ଅଧିବେଶନର ଦ୍ୱିତୀୟ ଦିନରେ ଉପସ୍ଥାପନ ହେବ ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଷ୍ଟମ ଥର ଗୃହରେ ବଜେଟ୍ ଉପସ୍ଥାପନ କରିବେ । ତେବେ ଅର୍ଥମନ୍ତ୍ରୀଙ୍କ ବଜେଟ୍ ପେଡି କେଉଁ ବର୍ଗଙ୍କୁ ଅଧିକ ସୁହାଇବ, କେଉଁ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେବ, କେଉଁ ଯୋଜନାମାନ ପ୍ରଣୟନ ହେବ ଓ ଭାରତ ଭଳି ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ରର ଅର୍ଥନୈତିକ ଅଭିବୃଦ୍ଧି ଘଟିବ ନା କମିବ ତାହା ଉପରେ ସାରା ଦେଶର ନଜର । ତେବେ ଏହା ମଧ୍ୟରେ ଓଡ଼ିଶା ପ୍ରତି କେନ୍ଦ୍ରର କଣ ଆଭିମୁଖ୍ୟ ରହିବ ତାକୁ ମଧ୍ୟ ଅନେଇ ବସିଛନ୍ତି ରାଜ୍ୟବାସୀ ।
Comments ସମସ୍ତ ମତାମତ