Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବଜେଟରେ କୌଣସି ନୂତନତ୍ଵ ନାହିଁ: ମୋହନ ମାଝୀ

    Share on :
    ajab-Image
    Date: Mar 31, 2022    Views: 4592

    ଭୁବନେଶ୍ବର: ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ବିଧାନସଭାରେ ଆସନ୍ତା ୪ ମାସ(ଏପ୍ରିଲ-ଜୁଲାଇ) ପାଇଁ କାମଚଳା ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଆସନ୍ତା ୪ ମାସ ପାଇଁ ଉପସ୍ଥାପିତ ହୋଇଥିବା ବଜେଟର ପରିମାଣ ହେଉଛି ୧ଲକ୍ଷ ୬ ହଜାର କୋଟି । ତେବେ ବଜେଟକୁ ନେଇ ବିରୋଧୀ ଖୁସି ନାହାଁନ୍ତି ।
    ବଜେଟରେ କୌଣସି ନୂତନତ୍ଵ ନାହିଁ ବୋଲି ବିଜେପି କହିଛି। କାମଚଳା ବଜେଟ କଣ ପାଇଁ ଅଣାଗଲା? ପୂର୍ଣ୍ଣାଙ୍ଗ ବଜେଟ କାହିଁକି ଅଣାଗଲା ନାହିଁ ବୋଲି ବିଜେପି ମୁଖ୍ୟ ସଚେତକ ପ୍ରଶ୍ନ କରିଛନ୍ତି। ଆର୍ଥିକ ବୋଝ ମୁଣ୍ଡ ଉପରେ ପଡିଛି। ଋଣ ଭାର ବୃଦ୍ଧି ପାଇଛି। ନୂଆ ଯୋଜନା କାହିଁକି? ନୂଆ ଆୟ ଉତ୍ସର ବ୍ୟବସ୍ଥା ନାହିଁ । ଗରିବ ଲୋକଙ୍କ ପାଇଁ କିଛି ନାହିଁ । ଦାରିଦ୍ର୍ୟସୀମା ରେଖା ତଳେ ଥିବା ଲୋକଙ୍କ ପାଇଁ କିଛି କଲେ ନାହିଁ । ତେଣୁ ବଜେଟ ନୈରାଶ ଜନକ ବୋଲି ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook