Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ୩ କୋଟିର ବ୍ରାଉନ୍‌ସୁଗର ଜବତ, ମାଫିଆ ଗିରଫ

    Share on :
    ajab-Image
    Date: May 14, 2022    Views: 3283

    ପୁରୀ  : ପୁରୀ ମଙ୍ଗଳଘାଟ ଅଞ୍ଚଳରୁ ୩ କୋଟି ଟଙ୍କାର  ବ୍ରାଉନ୍‌ସୁଗରକୁ ଜବତ କରିଛି ସ୍ପେଶାଲ ସ୍କ୍ୱାର୍ଡ । ଯାହାର ଓଜନ ୩ କେଜି ହେବ ବୋଲି ସୂଚନା ରହିଛି ।  ଶନିବାର ସକାଳ ସମୟରେ ପୁରୀର ମଙ୍ଗଳଘାଟ ଅଞ୍ଚଳରେ ଚଢାଉ କରିଥିଲା ସ୍ପେଶାଲ ସ୍କ୍ୱାର୍ଡ । ଏହି ଚଢାଉରେ  ବ୍ରାଉନ୍‌ସୁଗର ମାଫିଆ ସୁଜିତ ପଟ୍ଟନାୟକ ଓରଫ୍ ନଣ୍ଡାକୁ ଗିରଫ କରିଛି । ଗିରଫ ପରେ ନଣ୍ଡା ନିକଟରୁ ପ୍ରାୟ ୩ କେଜି ଓଜନର ବ୍ରାଉନସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩ କୋଟିରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।

    ତେବେ ଗତ କିଛି ଦିନ ବ୍ରାଉନ୍‌ସୁଗାର ମାଫିଆ ନଣ୍ଡା ପୋଲିସ ସ୍କାନରେ ଥିଲା । ଲଗାତର ଭାବେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ମଧ୍ୟ କରୁଥିଲା । ଆଉ ଏବେ ନଣ୍ଡାକୁ ଗିରଫ କରିବା ସହ ସମସ୍ତ ବ୍ରାଉନ୍‌ସୁଗାରକୁ ଜବତ କରିଛି । ନଣ୍ଡାର ଘର କଣାସ ଥାନା କେସରପୁର ଗାଁରେ ବୋଲି ଜଣାପଡିଛି ।

    Maximum 500 characters

    ତାଜା ଖବର View all

    Find Us on Facebook