Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବ୍ରଜରାଜନଗର ଗସ୍ତରେ ବିଜେପି ଓଡିଶା ପ୍ରଭାରୀ

    Share on :
    ajab-Image
    Date: May 15, 2022    Views: 4252

    ଝାରସୁଗୁଡା: ବ୍ରଜରାଜନଗର ଉପନିର୍ବାଚନକୁ ନେଇ ସରଗରମ ରାଜନୈତିକ ମୈଦାନ । ସିଟ ହାତେଇବାକୁ ଦଳ ଦଳ ମଧ୍ୟରେ ଆରମ୍ଭ ହୋଇଯାଇଛି କସରତ । ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ତିନି ରାଜନୈତିକ ଦଳ । ଏହାରି ମଧ୍ୟରେ ଆଜି ବ୍ରଜରାଜନଗର ଗସ୍ତରେ ଆସି ଲମଟିବାହାଲ ଠାରେ ବିଜେପିର ଏକ ସାଂଗଠନିକ କାର୍ୟ୍ୟକ୍ରମରେ ଯୋଗ ଦେବେ ବିଜେପି ଓଡିଶା ପ୍ରଭାରୀ ଡ଼ି.ପୂରନ୍ଦେଶ୍ବରୀ । ଏଥିସହ ରାଜ୍ୟ ସଭାପତି ସମୀର ମହାନ୍ତି ଓ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର କର୍ମୀ ମଧ୍ୟ ଯୋଗ ଦେଇ ପ୍ରଚାର ପାଇଁ ପ୍ରସ୍ତୁତ ହେବେ ।
    ଅନ୍ୟପକ୍ଷରେ ବିଜେଡି ପକ୍ଷରୁ ମଧ୍ୟ ଯୁବକ ମାନଙ୍କୁ ନେଇ କର୍ମୀ ସମ୍ମିଳନୀ ବେଲପାହାଡ଼ରେ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ସ୍ଵାସ୍ଥ୍ୟମନ୍ତ୍ରୀ ଓ କଟକ ମେୟର ସୁବାସ ସିଂ ଯୋଗ ଦେବେ । କଂଗ୍ରେସ ମଧ୍ୟ ଏଥିରୁ ବାଦ ପଡିନାହିଁ । ଭୋଟରଙ୍କ ଭୋଟ ହାତେଇବାକୁ ଘରକୁ ଘର ବୁଲି ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ତେବେ ବ୍ରଜରାଜନଗର ଉପନିର୍ବାଚନରେ କିଏ ବାଜି ମାରିବ ବାଜି ଓ କିଏ ହାତେଇବ ଆସନ ତାହା ଉପରେ ଏବେ ସମସ୍ତଙ୍କ ନଜର ।

    Maximum 500 characters

    ରାଜନୀତି View all

    Find Us on Facebook