Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ପୁରୀରେ ଫୁଟିଲା ବୋମା

    Share on :
    ajab-Image
    Date: Jan 27, 2022    Views: 4313


    ପୁରୀ: ଧର୍ମର ସହର ପୁରୀରେ ଦିନକୁ ଅଭାବନୀୟ ଘଟଣା ଘଟିବାରେ ଲାଗିଛି । ନିକଟରେ ପୁରୀରୁ ନାବାଳିକା ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଥିବାବେଳେ, ଆଜି ପୁରୀରେ ବୋମା ମାଡ ହୋଇଥିବା ସୂଚନା ମିଳିଛି । ପୁରୀ ସଦର ଅଂଚଳରେ ହଠାତ୍ ବୋମୋ ବିସ୍ପୋରଣ ହେବାରୁ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । 
    କାଶୀ ହରିପୁର ବସନ୍ତେଇ ଠାକୁରାଣୀ ମନ୍ଦିର ନିକଟରେ ଏହି ବିସ୍ଫୋରଣ ଘଟିଛି । ନିକଟରେ ସରପଞ୍ଚ ପ୍ରାର୍ଥୀଙ୍କ ଘର ଥିବାରୁ ବୋମାମାଡ ହୋଇଥିବା ସନେ୍ଦହ କରାଯାଉଛି । କିଏ ଓ କାହିଁକି ବୋମା ମାଡ କଲା ତାହା ଜଣା ପଡିନାହିଁ । ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ଘଟଣାକୁ ତନତନ କରି ତଦନ୍ତ କରୁଛି । 

    Maximum 500 characters

    ତାଜା ଖବର View all

    Find Us on Facebook