Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଆଜି ବିଜେପିର ରାଜ୍ୟ ପଦାଧିକାରୀ ବୈଠକ

    Share on :
    ajab-Image
    Date: Jan 21, 2023    Views: 3229

    ଭୁବନେଶ୍ୱର : ବିଜେପିର ରାଜ୍ୟ କାର୍ୟ୍ୟକାରିଣୀ ବୈଠକ ଆସନ୍ତା ୨୨ ତାରିଖରେ ଅନୁଷ୍ଠିତ ହେବ ।ବିଜେପିର କାର୍ୟ୍ୟକାରିଣୀ ପୂର୍ବରୁ ଶନିବାର ଅପରାହ୍ଣରେ ରାଜ୍ୟ କାର୍ୟ୍ୟାଳୟରେ ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି ଓ ପ୍ରଭାରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସଭାପତିତ୍ୱରେ ହେବାକୁ ଥିବା ରାଜ୍ୟ କାର୍ୟ୍ୟକାରିଣୀ ବୈଠକରେ ସମସ୍ତ କେନ୍ଦ୍ରମନ୍ତ୍ରୀ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ସମସ୍ତ ସାଂସଦ ଓ ବିଧାୟକ, ରାଷ୍ଟ୍ରୀୟ ପଦାଧିକାରୀ, ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ ଏବଂ ବିଭିନ୍ନ ମୋର୍ଚ୍ଚା ସଭାପତିମାନେ ଯୋଗ ଦେବେ ।

    ୨୨ ତାରିଖରେ ବିଜେପିର ରାଜ୍ୟ କାର୍ୟ୍ୟକାରିଣୀ ବୈଠକ ଚନ୍ଦ୍ରଶେଖରପୁରସ୍ଥିତ ହୋଟେଲ ପଦ୍ମଜା ପ୍ରିମିୟମରେ ଅନୁଷ୍ଠିତ ହେବ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତ। କେନ୍ଦ୍ରର ବିଭିନ୍ନ ଯୋଜନାରେ ରାଜ୍ୟ ନିଜର ନାମ ନେବାକୁ କରୁଥିବା ଯୋଜନାକୁ ମାତ୍‌ ଦେବାକୁ ବୈଠକରେ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ ହେବ । କେନ୍ଦ୍ର ସରକାର ଅର୍ଥ ଦେବାରେ ଅବହେଳା କରୁନଥିବା ବେଳେ ବିଭିନ୍ନ ଯୋଜନା ଠିକ୍‌ ଭାବେ କାର୍ୟ୍ୟକାରୀ ହୋଇପାରୁନଥିବାରୁ ଦଳ ଲୋକଙ୍କ ପାଖକୁ ଯିବ । ମାଗଣା ଚାଉଳ ବଣ୍ଟନଠୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେବା, ତୁରନ୍ତ ଓବିସି ସର୍ଭେ ଆଦି ବିଭିନ୍ନ ପ୍ରସଙ୍ଗରେ କିଭଳି ରାଜ୍ୟ ସରକାରଙ୍କୁ ଘେରାଯିବ, ସେନେଇ ରୂପରେଖ ପ୍ରସ୍ତୁତ କରାଯିବ ବୋଲି ବିଜେପିର ବରିଷ୍ଠ ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ସୂଚନା ଦେଇଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook