Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆଜି ଦିଲ୍ଲୀଯିବେ ୧୦ ବିଜେପି ବିଧାୟକ

    Share on :
    ajab-Image
    Date: Jun 23, 2022    Views: 2857

    ଭୁବନେଶ୍ୱର: ରାଜ୍ୟ ବିଜେପିର ୧୦ ଜଣ ବିଧାୟକ ଆଜି ଦିଲ୍ଳୀ ଯିବାର କାର୍ଯ୍ୟକ୍ରମ ରହିଛି ।  ଆଜି ସନ୍ଧ୍ୟାରେ ସେମାନେ ଦିଲ୍ଲୀଗସ୍ତ କରିବାର ନେଇ ବିଧାୟକମାନେ ସୂଚନା ଦେଇଛନ୍ତି ।  ରାଷ୍ଟ୍ରପତି ପ୍ରାର୍ଥୀ ଦୌପଦୀ ମୁର୍ମୁଙ୍କ ନାମାଙ୍କନ ଦାଖଲ କରିବା ବେଳେ ସମ୍ପୃକ୍ତ ବିଧାୟକମାନେ ସେଠାରେ ଉପସ୍ଥିତ ରହିବେ । 

    ଅନ୍ୟପକ୍ଷରେ ବିଜେପି ସମର୍ଥିତ ରାଷ୍ଟ୍ରପତି ପ୍ରାର୍ଥିନୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱର ବିମାନ ବନ୍ଦରରୁ ଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି । ଭୁବନେଶ୍ୱର ବିମାନବନ୍ଦରରୁ ସକାଳ ୯ଟା ୪୦ରେ ସେ ଦିଲ୍ଲୀ ଯାତ୍ରା କରିଛନ୍ତି । ଦ୍ରୌପଦୀଙ୍କୁ ଏନଡିଏ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥିନୀ କରାଯାଇଥିବା ବେଳେ ଦ୍ରୌପଦୀଙ୍କୁ ନେଇ ସାରା ରାଜ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳୁଛି ।

    ଭୁବନେଶ୍ୱର ସ୍ଥିତ ଏମସିଏଲ୍‌ ଗେଷ୍ଟ ହାଉସରେ ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇବାକୁ ଶୁଭେଚ୍ଛୁଙ୍କ ଭିଡ ଲାଗିଥିବା ଦେଖିବାକୁ ମିଳିଥିଲା । ଦ୍ରୌପଦୀ ମୁର୍ମୁ ଗେଷ୍ଟ ହାଉସରୁ ବାହାରି ସିଧା ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଅନେକ ଶୁଭେଚ୍ଛୁ ଶୁଭେଚ୍ଛା ଜଣାଇଥିଲେ । ଦିଲ୍ଲୀ ଯାତ୍ରା କରିବା ପୂର୍ବରୁ ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା ।  ବିମାନବନ୍ଦର ସମତେ ଗେଷ୍ଟ ହାଉସରେ ମଧ୍ୟ ଶୁଭେଚ୍ଛୁଙ୍କ ଗହଳି ରାଗିରହିଥିବା ଦେଖିବାକୁ ମିଳିଥିଲା ।

    Maximum 500 characters

    ତାଜା ଖବର View all

    Find Us on Facebook