Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେଡିର ଅନ୍ତଃକନ୍ଦଳ ବିଜେପିକୁ ଫାଇଦା ହେବ:ପୃଥ୍ୱୀରାଜ ହରିଚନ୍ଦନ

    Share on :
    ajab-Image
    Date: May 3, 2022    Views: 3122

     ଭୁବନେଶ୍ବର : ବ୍ରଜରାଜନଗର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ଏହାକୁ ନେଇ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ନିଜର ପ୍ରତିକ୍ରିୟା ରଖିଛନ୍ତି ।

    ସେ କହିଛନ୍ତି ଯେ , ବ୍ରଜରାଜନଗର ଉପନିର୍ବାଚନ ପ୍ରାର୍ଥୀ ଚୟନ ନେଇ ସମସ୍ତ ଆଲୋଚନା ଶେଷ ହୋଇଛି । ଦିନେ ଦୁଇ ଦିନ ଭିତରେ ପ୍ରଭାରୀ ଓ ସହ ପ୍ରଭାରୀ ଓଡିଶା ଆସିବେ । ଆମେ ପାର୍ଲ୍ୟାମେଣ୍ଟାରି ବୋର୍ଡକୁ ପଠାଇବୁ ସେଠୁ ଯାହା ନିଷ୍ପତ୍ତି ଆସିବ ତାହା ଜଣାଇ ଦିଆଯିବ ।

    ଯେଉଁ ଦୁଇ ତିନି ଜଣ ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ଉଭୟ ପୁରୁଷ ଓ ମହିଳା ରହିଛନ୍ତି । ତେଣୁ ପାର୍ଲ୍ୟାମେଣ୍ଟାରି ବୋର୍ଡ ନିଷ୍ପତ୍ତି ନେବ କିଏ ପ୍ରାର୍ଥୀ ହେବ । ସେଠାକାର ସାଂସଦଙ୍କ ନେତୃତ୍ୱରେ ଆମେ ଉପ ନିର୍ବାଚନ ଲଢ଼ିବୁ । ବିଜେଡି ଭିତରେ ଯେଉଁ ଅନ୍ତଃକନ୍ଦଳ ରହିଛି ତାହାର ଫାଇଦା ବିଜେପିକୁ ଯିବ ।

    Maximum 500 characters

    ରାଜନୀତି View all

    Find Us on Facebook