Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ୨୦୨୪ ପାଇଁ ବିଜେପି ରୋଡ଼ ମ୍ୟାପ ପ୍ରସ୍ତୁତ କରୁଛି:ସମୀର

    Share on :
    ajab-Image
    Date: Apr 6, 2022    Views: 4907

    ଭୁବନେଶ୍ବର: ରାଜ୍ୟ ବିଜେପି କାର୍ୟ୍ୟାଳୟରେ ୪୨ ତମ ପୂର୍ତ୍ତି ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ରାଜ୍ୟ ସଭାପତି ସମୀର ମହାନ୍ତି ଦଳୀୟ ପତାକା ଉତ୍ତୋଳନ କରିବା ସହ ବନ୍ଦେ ମାତରମ ଗାନ କରିଥିଲେ । ରାଜ୍ୟ କାର୍ୟ୍ୟାଳୟରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସରେ ବହୁ ବରିଷ୍ଠ ବିଜେପି କାର୍ୟ୍ୟକର୍ତ୍ତା ଯୋଗ ଦେଇଥିଲେ । 

    ଏହି ଅବସରରେ ରାଜ୍ୟ ବିଜେପି ସଭାପତି ପ୍ରତିକ୍ରିୟା ରଖି କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଯୋଜନା ରାଜ୍ୟର ଜନ ସାଧାରଣଙ୍କ ନିକଟରେ ପହଞ୍ଚାଇବା ସହ ସମୃଦ୍ଧ ଓଡିଶା ଗଠନ କରିବାକୁ ସଂକଳ୍ପ ନିଆଯାଇଛି ।  ୨୦୨୪ ପାଇଁ ରାଜ୍ୟ ବିଜେପି ରୋଡ଼ ମ୍ୟାପ ପ୍ରସ୍ତୁତ କରୁଛି । ଖୁବଶୀଘ୍ର କେନ୍ଦ୍ରୀୟ ନେତୃତ୍ବ ଓଡିଶା ଆସିବେ । କେନ୍ଦ୍ରୀୟ ନେତୃତ୍ବଙ୍କ ଏ ବିଷୟରେ ଆଲୋଚନା କରାଯିବ।

    ଲିଙ୍ଗରାଜ ମନ୍ଦିର ସ୍ବତନ୍ତ୍ର ଆଇନ ସଂକ୍ରାନ୍ତ ଅଧ୍ୟାଦେଶ ସମ୍ପର୍କରେ ସମୀର ମହାନ୍ତି କହିଛନ୍ତି ବିକାଶକୁ ବିରୋଧ କରିନାହୁଁ । ଦେଶର ଆଇନ କାନୁନ ହିସାବରେ କାମ ହେବା ଆବଶ୍ୟକ । ଦେଶର ସମ୍ବିଧାନ ଅଛି, ଆଇନ ଅଛି । ଯେଉଁ ମାନେ ସେ ଦାୟିତ୍ବ ବହନ କରିଛନ୍ତି ସେମାନେ ଚିନ୍ତା କରିବେ ବୋଲି ସେ କହିଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook