Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ପଞ୍ଚାୟତ ନିର୍ବାଚନ :ବିଜେପି ଖୋଲିଛି ପରିଚାଳନା କକ୍ଷ

    Share on :
    ajab-Image
    Date: Jan 15, 2022    Views: 2791

    ଭୁବନେଶ୍ବର: ଆଗାମୀ ପଞ୍ଚାୟତ ନିର୍ବାଚନ ଲାଗି ରାଜ୍ୟ ବିଜେପି ଖୋଲିଛି ପଞ୍ଚାୟତ ନିର୍ବାଚନ ପରିଚାଳନା କକ୍ଷ। ବିଜେପି ସଭାପତି ସମୀର ମହାନ୍ତି ଏହି କକ୍ଷକୁ ଉଦଘାଟନ କରିଛନ୍ତି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ କାର୍ୟ୍ୟ ଏହି କଣ୍ଟ୍ରୋଲ ରୁମରୁ ପରିଚାଳନା କରାଯିବ ।

    ଏହି କଣ୍ଟ୍ରୋଲ ରୁମ ଏକ ସେତୁ ଭଳି କାମ କରିବ । ତେବେ  ନାମାଙ୍କନ ପତ୍ର ପ୍ରକ୍ରିୟା ଆରମ୍ଭ ହେଉଛି । ଜିଲ୍ଲା ପରିଷଦ ଜୋନ, ପଞ୍ଚାୟତସ୍ତରୀୟ କାର୍ୟ୍ୟକର୍ତ୍ତା ମାନେ ବ୍ୟସ୍ତ ହେଉଛନ୍ତି । ଭୋଟର ତାଲିକା ସେମାନଙ୍କୁ ଯୋଗାଇ ଦିଆ ଯାଇନାହିଁ । ଏପଟେ ରାଜ୍ୟ ନିର୍ବାଚନ କମିଶନ ବିଭିନ୍ନ ପ୍ରକାର ବିଜ୍ଞପ୍ତି ପ୍ରକାଶ କରୁଛନ୍ତି ବୋଲି ଘୋଷଣା ହେଉଛି । ତେବେ ବ୍ଲକ ସ୍ତରରେ ବିଜେପିର କାର୍ୟ୍ୟକର୍ତ୍ତା ବିଭିନ୍ନ ଅଭିଯୋଗ ଆଣୁଛନ୍ତି।ଏଣୁ କଣ୍ଟ୍ରୋଲ ରୁମରେ ବିଭିନ୍ନ ପଞ୍ଚାୟତରୁ ଆସୁଥିବା ପ୍ରାର୍ଥୀ ଓ କାର୍ୟ୍ୟକର୍ତ୍ତାଙ୍କ ଅଭିଯୋଗକୁ ରାଜ୍ୟ ନିର୍ବାଚନ କମିଶନ ଜରିଆରରେ ସମାଧାନ କରାଯିବ । ଫଳରେ ୮୫୩ ଜିଲ୍ଲା ପରିଷଦ ଜୋନ ଏବଂ ୬୭୯୮ ପଞ୍ଚାୟତର ପରିଚାଳନା ଓ ତଦାରଖ ହୋଇପାରିବ । ସେହିଭଳି ଜିଲ୍ଲା ସ୍ତରରେ ପ୍ରାର୍ଥୀତ୍ୱ ନିର୍ଦ୍ଧାରିତ ହୋଇଛି । ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ପ୍ରକାଶ କରାଯିବା ବୋଲି ସଭାପତି ସମୀର ମହାନ୍ତି କହିଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook