ମୁଖ୍ୟ ଖବର
ଭୁବନେଶ୍ୱର: ପ୍ରଥମଥର ଶାସନ କ୍ଷମତାରେ ବିଜେଡି ନାହିଁ ସିନା ହେଲେ ଗତ ଭୋଟ ମାର୍ଜିନରେ ଦଳ ଏକ ନମ୍ବରରେ ରହିଛି । ସଂଗଠନକୁ ଆହୁରି ମଜଭୁତ କରି ଆଗେଇବାକୁ ଅଣ୍ଟା ଭିଡିଛି ଦଳ । ଗତ ଅଗଷ୍ଟ ୫ ତାରିଖରେ ଗଠିତ ଦଳର ସମନ୍ୱୟ କମିଟିକୁ ସହଯୋଗ କରିବା ଉଦ୍ଦେଶ୍ୟରେ ପରାମର୍ଶଦାତା କମିଟି, ସଦସ୍ୟତା ସଂଗ୍ରହ କମିଟି ଏବଂ କାର୍ୟ୍ୟକ୍ରମ କାର୍ୟ୍ୟାନ୍ୱୟନ କମିଟି ଗଠନ କରାଯାଇଛି। ବହୁ ବରିଷ୍ଠ ନେତାଙ୍କୁ ଏହି କମିଟିରେ ସ୍ଥାନ ଦିଆଯାଇଛି।
ବିଜେଡି ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ ପରାମର୍ଶଦାତା କମିଟିରେ ପ୍ରସନ୍ନ କୁମାର ଆଚାର୍ୟ୍ୟ ଆବାହକ ରହିଥିବା ବେଳେ ଏଥିରେ ସମୁଦାୟ ୧୬ ଜଣ ସଦସ୍ୟ ରହିଛନ୍ତି। ସେମାନେ ହେଲେ ଉଷା ଦେବୀ, ପ୍ରଫୁଲ୍ଲ କୁମାର ମଲ୍ଲିକ, ଚନ୍ଦ୍ରଶେଖର ସାହୁ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରଫୁଲ୍ଲ ସାମଲ, ଅଶୋକ ଚନ୍ଦ୍ର ପଣ୍ଡା, ପଦ୍ମନାଭ ବେହେରା, ବଦ୍ରୀ ନାରାୟଣ ପାତ୍ର, ମଙ୍ଗଳା କିଷାନ, ଭୁପିନ୍ଦର ସିଂ, ରବି ନାରାୟଣ ନନ୍ଦ, ମହମ୍ମଦ ଆୟୁବ ଖାନ୍, ସରୋଜିନି ହେମ୍ବ୍ରମ୍, ଶଶୀ ଭୂଷଣ ବେହେରା, ରଜନିକାନ୍ତ ସିଂ ଏବଂ ଗଣେଶ୍ୱର ବେହେରା।
Comments ସମସ୍ତ ମତାମତ