Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ରତ୍ନଭଣ୍ଡାର ନେଇ ବିଜୟଙ୍କ ବିସ୍ଫୋରକ ବୟାନ, ଜାଣନ୍ତୁ କ’ଣ

    Share on :
    ajab-Image
    Date: Sep 24, 2022    Views: 4021

    ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ଭିତର ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ବିଜୟ ମହାପାତ୍ରଙ୍କ ବିସ୍ଫୋରକ ବୟାନ । ବିଜୟ କହିଲେ ବିପଦରେ ଅଛି ମହାପ୍ରଭୁଙ୍କ ରତ୍ନଭଣ୍ଡାର । ଏହାସହିତ ସେ କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ କଣ କଣ କାମ ହେବ, କେତେ ଟଙ୍କା ଖର୍ଚ୍ଚ ହେବ ଏହାରୁ ରାଜ୍ୟ ସରକାର ସାର୍ବଜନୀନ କରିବା ଦରକାର । ନଚେତ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହେବ । କୌଣସି ବିକାଶମୂଳକ ପ୍ରକଳ୍ପକୁ କେହି କେବେ ବିରୋଧ କରିବେ ନାହିଁ । କିନ୍ତୁ ରାଜ୍ୟ ସରକାର ଯାହା ବି କିଛି ବିକାଶ ମୂଳକ କାମ କରୁଛନ୍ତି ତାକୁ ଲୁଚାଇ କରିବା ଅପେକ୍ଷା ସାର୍ବଜନୀନ କରିବା ଉପରେ ଗୁରୁତ୍ବ ଦେଇଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର ।
    ପ୍ରଶାସନିକ ଅଧିକାରୀମାନେ ପ୍ରୋଜେକ୍ଟ ରିପୋର୍ଟ ଭୁଲ ଦେଇଥିଲେ ବୋଲି ଜାତୀୟ ଐତିହ୍ୟ ସଂସ୍ଥାନ (ଏନଏମଏ) ଜାଣିପାରିଥିବା ସେ କହିଛନ୍ତି । ପ୍ରଶାସନିକ ଅଧିକାରୀଙ୍କ ଅହମିକା କାରଣରୁ ବିବାଦ ଏତେ ବାଟ ଆସିଲା ବୋଲି କହିଛନ୍ତି ବିଜୟ ମହାପାତ୍ର ।ଭିତର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ବଡ ଏବଂ ଗୁରୁତ୍ବପୂର୍ଣ୍ଣ ବୟାନ ଦେଇଛନ୍ତି ବିଜୟ । କହିଛନ୍ତି ବିପଦରେ ଅଛି ଭିତର ରତ୍ନଭଣ୍ଡାରର ସ୍ଥିତି । ୩୭ ବର୍ଷ ହେବ ଏହା ଖୋଲାଯାଇନାହିଁ । ୧୦୦ କୋଟି ଟଙ୍କାର ସମ୍ପତ୍ତି ରହିଛି । ରାଜ୍ୟ ସରକାର କାହିଁକି ଏହାକୁ ଖୋଲୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । କହିଛନ୍ତି ୧୯୭୮ ମସିହାରେ ତତ୍କାଳୀନ ରାଜ୍ୟ ସରକାର ଏକ କମିଟି ଗଠନ କରିଥିଲେ । ଯେଉଁ କମିଟି ଭିତର ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ କରିବା ସହିତ ଅଳଙ୍କାର ଗଣିଥିଲେ । ୩ଟି ଆଇଟମକୁ ଛାଡି ବାକି ସବୁ ଗଣାହୋଇଥିଲା । ୧୨ ହଜାର ୮୩୮ ଭରି ସୁନା ଗହଣା ଥିଲା ବୋଲି କହିଛନ୍ତି ବିଜୟ । ତେଣୁ ଏହାର ସୁରକ୍ଷା ହେବା ଦରକାର । ଲୋକଙ୍କ ମନରେ ଭାବାଗତ ଉଦବେଗ ରହିଛି । ପ୍ରକୃତରେ ଏସବୁ ଗହଣା ସୁରକ୍ଷିତ ଅଛି ତ ।ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ଭିତର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ପ୍ରଶାସନିକ ଅଧିକାରୀଙ୍କ ଅହଙ୍କକାର କିପରି ଅଡୁଆ ପରିସ୍ଥିତି ସୃଷ୍ଟି କରିଛି ସେନେଇ ଗୁରୁତ୍ବାରୋପ କରିଛନ୍ତି ବିଜୟ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook