Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଦିନକରେ ଶିଶୁ ବଳାତ୍କାରୀକୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡ ଶୁଣାଇଲେ ବିହାର ପୋକସୋ କୋର୍ଟ

    Share on :
    ajab-Image
    Date: Nov 29, 2021    Views: 3555

    ପାଟନା: ବିହାରର ଅରରିୟା ପୋକସୋ କୋର୍ଟ ଏକ ଶିଶୁ ଯୌନ ଉତ୍ପୀଡ଼ନ ମାମଲାର ଶୁଣାଣି କରି ସାକ୍ଷୀମାନଙ୍କ ବୟାନ ଯାଞ୍ଚ କରିବା, ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ଏବଂ ଅପରାଧୀ ପ୍ରତି ଦଣ୍ଡ ଘୋଷଣା କରିବା – ଏ ସବୁ ଗୋଟିଏ ଦିନରେ କରି ତ୍ୱରିତ ନ୍ୟାୟ ପ୍ରଦାନ କରିବାରେ ଉଦାହରଣ ସୃଷ୍ଟି କରିଛନ୍ତି  । ଏକ ଆଠବର୍ଷୀୟା ବାଳିକାକୁ ବଳାତ୍କାର କରିବା ଅପରାଧରେ ଦୋଷୀକୁ ଆଜୀବନ କରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ  । 

    ଅକ୍ଟୋବର ୪ ତାରିଖରେ କୋର୍ଟ ଦଣ୍ଡାଦେଶ ଶୁଣାଇ ମାମଲାକୁ ବନ୍ଦ କରିଦେଇଥିଲେ ମଧ୍ୟ ଗତ ଶୁକ୍ରବାର ହିଁ ଏହାର ରାୟ ପ୍ରକାଶ ପାଇଛି  । ସ୍ୱତନ୍ତ୍ର ପୋକସୋ ବିଚାରପତି ଶଶିକାନ୍ତ ରାୟ ସୁପ୍ରିମକୋର୍ଟଙ୍କ ୨୦୧୯ର ଏକ ରାୟର ଦୃଷ୍ଟାନ୍ତ ଦେଇଥିଲେ, ଯେଉଁଥିରେ ସର୍ବ?ାଚ୍‌ଚ ଅଦାଲତ କହିଥିଲେ ଯଦି ବାଦୀ, ପ୍ରତିବାଦୀ ତାଙ୍କ ଯୁକ୍ତି ଉପସ୍ଥାପନ ସାରି ଦିଅନ୍ତି, ତେବେ ଗୋଟିଏ ଦିନରେ ଶୁଣାଣି ଶେଷ କରି ରାୟ ପ୍ରକାଶ କରିବାରେ କୌଣସି ବାଧା ନାହିଁ  । ଶୁଣାଣି ସମୟରେ ଅଭିଯୁକ୍ତ ଦିଲୀପ କୁମାର ଯାଦବ ଆଇପିସିର ଧାରା ୩୭୬ (ଏବି) ଓ ପୋକସୋ ଆଇନର ଧାରା ୬ ଅନୁସାରେ ଦୋଷୀ ସାବ୍ୟସ୍ତ ହୋଇଥିଲା  । ତାଙ୍କ ବିରୋଧରେ ମେଡିକାଲ ଓ ପ୍ରତ୍ୟକ୍ଷ ପ୍ରମାଣ ମଧ୍ୟ ରହିଥିଲା  । ତେଣୁ ତାକୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରାଗଲା ବୋଲି ଜଷ୍ଟିସ୍‌ ରାୟ କହିଥିଲେ  ।

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook