Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ବଡ ପେଟ କମାଇବ ଏହି ଜୁସ୍

    Share on :
    ajab-Image
    Date: Oct 26, 2021    Views: 2398

    ଆଧୁନିକ ଜୀବନଶୈଳୀ ହେଉ କିମ୍ବା ଗୋଟିଏ ଜାଗାରେ ବେଶି ସମୟ ବସି କାମ କରିବା ଫଳରେ ଅଧିକ ଲୋକଙ୍କଠାରେ ବଡପେଟ ସମସ୍ୟା ଦେଖାଦେଇଥାଏ । ବଡପେଟ ଆଜିକାଲି ଅନେକ ଲୋକଙ୍କ ଚିନ୍ତାର କାରଣ ପାଲଟିଛି । ଏଥିରୁ ମୁକ୍ତି ପାଇବା ପାଇଁ ଲୋକେ ନାନାପ୍ରକାର ଉପାୟ ଆପଣାଇଥାନ୍ତି । ବଜାରରେ ମିଳୁଥିବା ବେଲିସ୍ଲିମ୍ ବେଲ୍ଟ ଓ ଅନେକ ମହଙ୍ଗା ମେଡିସିନର ବ୍ୟବହାର କରିଥାନ୍ତି । କିନ୍ତୁ ଏମିତି କିଛି ଘରୋଇ ଉପଚାର ଅଛି ଯାହା ଦ୍ୱାରା ଆପଣ ଏଥିରୁ ମୁକ୍ତି ପାଇପାରିବେ । ପେଟ କମ୍ କରିବାରେ କାକୁଡି ଓ ଲେମ୍ବୁ ପାଣିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।  କାକୁଡି ଖାଇବା ଫଳରେ ଶରୀରରେ ଚର୍ବି ଅଂଶ କମ୍ ହୋଇଥାଏ । ତେଣୁ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ କାକୁଡି ଜୁସ୍ ପିଇବା ଆବଶ୍ୟକ ।
    ପ୍ରସ୍ତୁତି: କାକୁଡି ଜୁସ୍ ତିଆରି କରିବା ପାଇଁ ୨ଟି କାକୁଡିକୁ ଗ୍ରାଇଣ୍ଡ କରି ସେଥିରେ ଦୁଇ ଚାମଚ ଲେମ୍ବୁ ରସ ଓ ଛୋଟ ଖଣ୍ଡେ ଅଦାର ରସ ଓ କିଛି କଳାଲୁଣ ମିଶାଇ ପିଅନ୍ତୁ । ଏହାକୁ କିଛି ଦିନ ସେବନ କରିବା ଦ୍ୱାରା ଆପଣ ନିଜେ ପାର୍ଥକ୍ୟ ଜାଣିପାରିବେ ।

     

    Maximum 500 characters

    ବିଶେଷ View all

    Find Us on Facebook