Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଭର୍ତୃହରିଙ୍କ ସହ କଥା ହେଲେନି ମୁଖ୍ୟମନ୍ତ୍ରୀ, କାହିଁକି ଜାଣନ୍ତୁ

    Share on :
    ajab-Image
    Date: Sep 18, 2021    Views: 6175

    କଟକ : ମୂର୍ତି ଉଚ୍ଚତାକୁ ନେଇ ଯେଉଁ କଟକଣା ରହିଛି ତାସହ ଅନେକ ସହମତ ହୋଇପାରିନାହାନ୍ତି  । ଏମିତିକି କଟକ ସାଂସଦ ଭର୍ତୃହରି ମହତାବ ବି ଏହି ପ୍ରସଙ୍ଗରେ ସରକାରଙ୍କ ସହ ନାହାନ୍ତି  । ଏହି ପ୍ରସଙ୍ଗରେ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ସମୟ ମାଗିଥିଲେ  । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହତାବଙ୍କ ସହ କଥା ହେବାକୁ ଆଗ୍ରହ ପ୍ରକାଶ କରିନଥିଲେ  । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋରଧରିଛି  ।

    ପାର୍ବଣରେ ୪ଫୁଟ ଉଚ୍ଚ ମୂର୍ତ୍ତି କଟକଣାକୁ ନେଇ ସରକାରଙ୍କ ଯୁକ୍ତି ସହିତ ସେ ବ୍ୟକ୍ତିଗତ ଭାବେ ଆଦୌ ଏକମତ ହୋଇପାରୁ ନାହାନ୍ତି ବୋଲି କଟକ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି । କଟକର ଦେଉଳ ସାହିସ୍ଥିତ ମୋନାଲିସା ପ୍ୟାଲେସରେ କଟକ ମହାନଗର ଶାନ୍ତି କମିଟି ଓ ପୂଜା କମିଟି କର୍ମକର୍ତ୍ତାଙ୍କ ବୈଠକରେ ଭର୍ତ୍ତୃହରି ଏଭଳି ବକ୍ତବ୍ୟ ରଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଭେଟି କଟକ ସହରବାସୀଙ୍କ ଦାବି ରଖିବା ପାଇଁ ପୂର୍ବରୁ ଭର୍ତ୍ତୃହରି ଓ କଟକ ମହାନଗର ପୂଜା କମିଟି ସଂପାଦକ ତଥା ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଭର୍ତ୍ତୃହରି କହିଛନ୍ତି, ଶାନ୍ତି କମିଟିର ପୂର୍ବ ବୈଠକରେ ମତ ପ୍ରକାଶ ପାଇଥିଲା ଯେ ପ୍ରଶାସନର ନିଷ୍ପତ୍ତି ସଂପର୍କରେ ହୁଏତ ମୁଖ୍ୟମନ୍ତ୍ରୀ ଅବଗତ ନଥିବେ । ଏ ସଂପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ସମୟ ମାଗି ଥିବା ବେଳେ ମୁଖ୍ୟମନ୍ତ୍ରୀ ଯେବେ କଥା ହେବାକୁ ଚାହିଁବେ, ସେତେବେଳେ ତାଙ୍କୁ ଜଣାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ ତାଙ୍କୁ କୁହାଯାଇଥିଲା । କିନ୍ତୁ ଏଯାଏ ତାଙ୍କୁ କୌଣସି ସୂଚନା ଆସି ନାହିଁ । ଅନ୍ୟପଟେ କଟକ ସହରବାସୀଙ୍କ ଦାବି ସଂକ୍ରାନ୍ତ ପିଟିସନକୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ପହଞ୍ଚାଇ ଦେବା ପାଇଁ ସେ ପ୍ରଭାତ ତ୍ରିପାଠୀଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ତା ଉପରେ କୌଣସି ଜବାବ ଏଯାଏ ଆସି ନଥିବାରୁ ପ୍ରଶାସନର ପୂର୍ବ ନିଷ୍ପତ୍ତି ବଦଳିବାର ବର୍ତ୍ତମାନ ସ୍ଥିତିରେ ଆଉ କୌଣସି ସମ୍ଭାବନା ନାହିଁ ବୋଲି ଭର୍ତ୍ତୃହରି କହିଥିଲେ । 

    Maximum 500 characters

    ରାଜନୀତି View all

    Find Us on Facebook