Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ସଞ୍ଜମତା ରକ୍ଷା କରି କଥା କୁହନ୍ତୁ

    Share on :
    ajab-Image
    Date: Sep 23, 2022    Views: 2381

    ଭୁବନେଶ୍ୱର: ଉତ୍ତମ ବ୍ୟବହାର ଏବଂ କାର୍ଯ୍ୟକଳାପ ହିଁ ମଣିଷର ପରିଚୟ। କାରଣ ଏହାହିଁ ଅନ୍ୟମାନଙ୍କର ହୃଦୟ ଜିଣି ସଭିଙ୍କ ପ୍ରିୟପାତ୍ର କରାଇବାରେ ସାହାଯ୍ୟ କରିଥାଏ। ହେଲେ ବେଳେ ବେଳେ ବହୁ ଭଲ ଗୁଣ ଥିଲେ ସୁଦ୍ଧା ଅନେକଙ୍କୁ ପ୍ରିୟଭାଜନ ହେବାରୁ ବଞ୍ଚତ୍ତ କରିଥାଏ। ତେଣୁ ଯଥା ସମୟରେ ନିଜ ବଦଗୁଣ ସୁଧାରିନେବା ହିଁ ବୁଦ୍ଧିମତ୍ତାର କାର୍ଯ୍ୟ…

    ଅଧିକାଂଶ ମହିଳା ଏକାଠି ହେବାମାତ୍ରେ ଗପସପରେ ମସ୍‌ଗୁଲ ହୋଇଯାଆନ୍ତି। ଘର ପରିବାରଠୁ ଆରମ୍ଭକରି ରୋଷେଇବାସ, ଲୁଗାପଟା ଏବଂ ଅନ୍ୟମାନଙ୍କ ସମ୍ପର୍କରେ ମଧ୍ୟ ସେମାନଙ୍କ ମଧ୍ୟରେ ଚାଲେ ଆଲୋଚନା। ଏମିତିରେ ଅଜାଣତରେ କରୁଥିବା କେଉଁ ଭୁଲ୍‌ ଆପଣଙ୍କ ବ୍ୟକ୍ତିତ୍ବ ଉପରେ ନକାରାତ୍ମକ ପ୍ରଭାବ ପକାଉଛି ନିଜେ ବୁଝିବା ସହ ଯଥାଶୀଘ୍ର ଏହାକୁ ସୁଧାରିବା ଆବଶ୍ୟକ…

    ଜରୁରୀ ବାକ୍‌ ସଂଯମ: ଅନେକ ମହିଳା ଅଛନ୍ତି ଯେଉଁମାନେ ସାଧାରଣ କଥାରେ ବି ହଠାତ୍‌ ରାଗିଯାଇ ଯୁକ୍ତିକରିବା, ବାକ୍‌ସଂଯମ ହରାଇ ଅନ୍ୟକୁ ମାସିକ ସ୍ତରରେ ଆଘାତ ପହଞ୍ଚାଇବାକୁ ବି ପଛାନ୍ତି ନାହିଁ। ଏପରି କରିବା ଦ୍ବାରା ଯେ ସେମାନେ ନିଜ ପ୍ରତି ଅନ୍ୟମାନଙ୍କ ଦୃଷ୍ଟିରେ ଏକ ନକାରାତ୍ମକ ଭାବନା ସୃଷ୍ଟି କରୁଛନ୍ତି ଏବଂ ସମସ୍ତେ କଳିହୁଡ଼ି ବୋଲି ଘୃଣା ଦୃଷ୍ଟିରେ ଦେଖୁଛନ୍ତି ସେ ଦିଗରେ ଅବଗତ ନ ଥାନ୍ତି। ତେଣୁ କ୍ରୋଧ ଭାବନା, ଅଯଥା ତର୍କକରିବା ଏବଂ ଆକ୍ରୋଶମୂଳକ ଆଚରଣଠାରୁ ଦୂରେଇ ରହି ମିଷ୍ଟଭାଷୀ ହୁଅନ୍ତୁ।

    କୁହନ୍ତୁ ନାହିଁ ଉପରେ ପଡ଼ି: ଉପରେ ପଡ଼ି ଅନ୍ୟ କଥାରେ ମୁଣ୍ଡ ଖେଳାଇବାର ବଦଭ୍ୟାସ କେତେକଙ୍କ ଠାରେ ରହିଛି। ଅନ୍ୟ କେହି ନିଜ ବ୍ୟକ୍ତଗତ ଜୀବନରେ ମୁଣ୍ଡଖେଳାଇବା ସମସ୍ତଙ୍କୁ ପସନ୍ଦ ନୁହେଁ। ଏପରି କରିବା ଦ୍ୱାରା ଅନ୍ୟମାନଙ୍କ ମନରେ ଆପଣଙ୍କ ପ୍ରତି ନକାରାତ୍ମକ ଭାବନା ସୃଷ୍ଟି ହୋଇଥାଏ। ତେଣୁ କେହି ଆପଣଙ୍କୁ ପରାମର୍ଶ ନ ମାଗିବା ପର୍ଯ୍ୟନ୍ତ ଉପରେ ପଡ଼ି କାହାର ବ୍ୟକ୍ତିଗତ ଜୀବନରେ ଅଯଥାରେ ହସ୍ତକ୍ଷେପ ଆଦୌ କରନ୍ତୁ ନାହିଁ।

    ଅନ୍ୟର ଚର୍ଚ୍ଚା : ଅନ୍ୟର ଦୋଷତ୍ରୁଟି ଖୋଜିବୁଲିବା, ପଛରେ ତାଚ୍ଛଲ୍ୟ କରିବା ଏବଂ କିଏ କ’ଣ କରୁଛି ସେ ସମ୍ପର୍କରେ ଆଲୋଚନା କରିବା ଦ୍ୱାରା ନିଜ ବ୍ୟକ୍ତିତ୍ୱ ଉପରେ ଆଞ୍ଚ ଆସିଥାଏ, ଏକଥା ଅନେକେ ଭୁଲିଯାଆନ୍ତି। ତେଣୁ ଏଭଳି ଅଭ୍ୟାସଠାରୁ ନିଜକୁ ନିବୃତ୍ତ ରଖିବା ଆବଶ୍ୟକ। କାରଣ ଏପରି ନ କଲେ ଆପଣଙ୍କ ପ୍ରତି ଅନ୍ୟମାନଙ୍କ ମନରେ ଏକ ଭଲ ଭାବନା ସୃଷ୍ଟି ହୋଇପାରିବ।

    ଆତ୍ମପ୍ରଶଂସା: ମଣିଷର ବ୍ୟକ୍ତିତ୍ୱ ଭଲ ହୋଇଥିଲେ ଆପେ ଆପେ ସମସ୍ତଙ୍କ ମୁଖରୁ ପ୍ରଶଂସା ବାହାରେ। ହେଲେ ଏମିତି ଅନେକ ମହିଳା ଅଛନ୍ତି, ଯେଉଁମାନେ ନିଜର ପ୍ରଶଂସା ନିଜ ମୁହଁରେ ଗାଇବୁଲନ୍ତି। ଏମିତିକି ଆତ୍ମପ୍ରଶଂସାରେ ବିଭୋର ହୋଇ ସେମାନେ ଅନ୍ୟକୁ କିଛି କହିବାର ସୁଯୋଗ ମଧ୍ୟ ଦିଅନ୍ତି ନାହିଁ। ହେଲେ ବାରମ୍ବାର ଆତ୍ମପ୍ରଶଂସା କରିବାଦ୍ୱାରା ପରିହାସର ପାତ୍ରୀ ହେବାକୁ ପଡ଼ିପାରେ ଏକଥା ଅନେକେ ଭୁଲିଯାଆନ୍ତି। କେବଳ ଏତିକି ନୁହେଁ, ଏହାଦ୍ୱାରା ଶିଷ୍ଟାଚାର ଦୃଷ୍ଟିରୁ ଆପଣଙ୍କ କଥା ଶୁଣୁଥିବା ଲୋକମାନେ ମଧ୍ୟ ଧୀରେ ଧୀରେ ଦୂରେଇବା କିମ୍ବା ଅଣଦେଖା କରିବା ଆରମ୍ଭ କରିଦେବେ।

    ଠିକ୍‌ ନୁହେଁ ପର ନିନ୍ଦା: କାହାର ଭଲ କାର୍ଯ୍ୟରେ ପ୍ରଶଂସା କରିବା ବଦଳରେ ଏଣୁତେଣୁ କହିବା କିମ୍ବା ସହି ନ ପାରି ନିନ୍ଦା କରିବା, ନିଜର କୌଣସି ଦୋଷତ୍ରୁଟିକୁ ଅନ୍ୟ ମୁଣ୍ଡରେ ଲଦିଦେବା ଭଳି ମାନସିକତା ଆପଣଙ୍କ ବ୍ୟକ୍ତିତ୍ବ ଉପରେ ଆଞ୍ଚ ଆଣିପାରେ। ତେଣୁ ଅନ୍ୟର ପ୍ରଶଂସା କରିବା ଶିଖନ୍ତୁ।
    ହେଲେ ମନେରଖନ୍ତୁ, କାମ ହାସଲ କରିବା ଉଦ୍ଦେଶ୍ୟରେ ମଧ୍ୟ କାହାକୁ ଅଯଥା ପ୍ରଶଂସା କରିବା ବି ଠିକ୍‌ ନୁହେଁ।

    Maximum 500 characters

    ବିଶେଷ View all

    Find Us on Facebook