Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ବାସ୍ତୁଶାସ୍ତ୍ର ଅନୁସାରେ ଏପରି ସଜାନ୍ତୁ ଘର

    Share on :
    ajab-Image
    Date: Jan 24, 2023    Views: 6337

    ଭୁବନେଶ୍ୱର: * ଘରର ମୁଖ୍ୟ ଦ୍ୱାରରେ ସିନ୍ଦୁରରେ ସ୍ବସ୍ତିକ ଚିହ୍ନ କରି ଆମ୍ବ ଡାଳ ବାନ୍ଧିଲେ ଘରେ ସକାରାତ୍ମକ ଉର୍ଜ୍ଜା ଉତ୍ପନ ହେବା ସହ ପ୍ରଭୂକୃପା ଲାଭ ହୋଇଥାଏ ବୋଲି ବିଶ୍ୱାସ କରାଯାଏ।

    * ଘରେ କଳହ ଲାଗୁଥିଲେ, କାଚ ଗିନାରେ କିଛି ଲୁଣ ନେଇ ଗାଧୁଆ ଘରେ ରଖିଦେଲେ ବାସ୍ତୁଦୋଷ ସମାଧାନ ହୁଏ ବୋଲି ବିଶ୍ୱାସ ରହିଛି।

    * ଘରର ଦକ୍ଷିଣ-ପୂର୍ବ କୋଣରେ ସବୁଜିମାଭରା ଚିତ୍ର ଲଗାଇବା ଦ୍ୱାରା ଘରେ ସକାରାତ୍ମକ ଉର୍ଜା ଉତ୍ପନ୍ନ ହୋଇ ଶାନ୍ତି ବଜାୟ ରହିଥାଏ ବୋଲି ବିଶ୍ୱାସ ଅଛି।

    * ଘରେ ରାହୁ ଦୋଷ ଥିଲେ ମୟୂର ପୁଚ୍ଛକୁ ଘରର ପୂର୍ବ କିମ୍ବା ଉତ୍ତର ଦିଗରେ ଥିବା କବାଟରେ ଲଗାଇଦେଲେ ଶୁଭ ହୋଇଥାଏ ।

    * ବାସ୍ତୁଶାସ୍ତ୍ର ଅନୁଯାୟୀ, ଠାକୁର ଘର କାନ୍ଥରେ ସିନ୍ଦୁରରେ ଓଁ ଏବଂ ସ୍ବସ୍ତିକ ଚିହ୍ନ କରିବା ମଧ୍ୟ ଶୁଭଫଳ ପ୍ରଦାନ କରିଥାଏ।

    * ସପ୍ତାହକୁ ଥରେ ହେଉନା କାହିଁକି ଘରେ ଝୁଣା ଧୂଆଁ ଦେବା ଦ୍ୱାରା ଘରୁ ନକାରାତ୍ମକ ଉର୍ଜ୍ଜା ଦୂର ହୋଇ ଶାନ୍ତି ବଜାୟ ରହିଥାଏ ବୋଲି ବିଶ୍ୱାସ ରହିଛି।

    *ଘରେ ଭଙ୍ଗାରୁଜା ଜିନିଷ କିମ୍ବା ଅଳିଆ ଆବର୍ଜନାକୁ ଗଦେଇ ରଖିବା ଠିକ୍‌ ନୁହେଁ। ଏହାର କୁପ୍ରଭାବ ମଧ୍ୟ ଘରର ସୁଖଶାନ୍ତି ଉପରେ ପଡିଥାଏ।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook