Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ବଜରଙ୍ଗବାଲୀଙ୍କୁ ଘରେ କରୁଛନ୍ତି କି ପୂଜା ? ଜାଣନ୍ତୁ ନିୟମ

    Share on :
    ajab-Image
    Date: Jan 9, 2023    Views: 6591

    ଭୁବନେଶ୍ୱର: ବିଶ୍ୱାସ ରହିଛି ଯେ, ପ୍ରଭୁ ହନୁମାନଙ୍କୁ ଯେଉଁ ବ୍ୟକ୍ତି ଭକ୍ତିର ସହ ଉପାସନା କରିଥାନ୍ତି, ତାଙ୍କୁ ସୁଖ, ଶାନ୍ତି, ଐଶ୍ୱର୍ଯ୍ୟ ତଥା ଆରୋଗ୍ୟ ପ୍ରାପ୍ତି ହୋଇଥାଏ। ତେବେ ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ପ୍ରଭୁ ହନୁମାନଙ୍କର କେଉଁଭଳି ଫଟୋ ଲଗାଇଲେ ଶୁଭଫଳ ମିଳେ, ଜାଣନ୍ତୁ ସେ ସମ୍ପର୍କରେ…

    * ପ୍ରଭୁ ଶ୍ରୀରାମଙ୍କ ଚରଣ ତଳେ ପ୍ରଣାମ ମୁଦ୍ରାରେ ବସିଥିବା ହନୁମାନଙ୍କ ଫଟୋକୁ ଡ୍ରଇଂ ରୁମ୍‌ରେ ଲଗାଇଲେ ପରିବାର ସଦସ୍ୟଙ୍କ ଭିତରେ ସ୍ନେହ, ପ୍ରେମ, ବିଶ୍ୱାସ ଓ ଏକତା ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ କରାଯାଏ।

    * ପରିବାର ଲୋକଙ୍କ ଭିତରେ ଧାର୍ମିକ ଭାବନା ଜାଗ୍ରତ କରିବାକୁ ଚାହୁଁଥିଲେ, ପ୍ରଭୁ ଶ୍ରୀରାମଙ୍କ ନାମକୁ ଜପ କରି କୀର୍ତ୍ତନ କରୁଥିବା ହନୁମାନଙ୍କର ଫଟୋକୁ ବି ଘରେ ଲଗାଇବା ଶୁଭ ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।

    * ମନ ଭିତରେ ସାହସ ଓ ଆତ୍ମବିଶ୍ୱାସ ବଢାଇବା ପାଇଁ ଚାହୁଁଥିଲେ ପ୍ରଭୁ ହନୁମାନଙ୍କର ଉଡୁଥିବାର ଫଟୋ ଘରେ ଲଗାଇବା ଶୁଭ ହୋଇଥାଏ।

    * ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ମୁଖ୍ୟ ଦ୍ୱାର ନିକଟରେ ପଞ୍ଚମୁଖୀ ହନୁମାନଙ୍କ ଫଟୋ ଲଗାଇଲେ ଘର ମଧ୍ୟକୁ ନକାରାତ୍ମକ ଶକ୍ତି ପ୍ରବେଶ କରିପାରେ ନାହିଁ।

    * ରୋଷେଇ ଓ ଶିଡି ଘରେ ହନୁମାନଙ୍କର ଫଟୋ ଲଗାନ୍ତୁ ନାହିଁ। ବରଂ ଘରର ଦକ୍ଷିଣ ଦିଗ କାନ୍ଥରେ ନାଲି ରଙ୍ଗର ହନୁମାନଙ୍କର ବସିବା ଫଟୋ ଲଗାଇଲେ ଘରକୁ କୌଣସି ଦୁଷ୍ଟଶକ୍ତି ପ୍ରବେଶ କରିପାରେ ନାହିଁ।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook