Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ଏହି ପାଞ୍ଚଟି ଅଭ୍ୟାସ ଆପଣଙ୍କୁ କରିଦେବ କାଙ୍ଗାଳ

    Share on :
    ajab-Image
    Date: Dec 12, 2022    Views: 6646

    ଭୁବନେଶ୍ୱର: ଦୈନନ୍ଦିନ ଜୀବନରେ ଆମେ ବହୁତ କିଛି ଏଭଳି ଅଭ୍ୟାସରେ ପଡ଼ିଥାଉ, ଯାହାକି ଦରିଦ୍ରତା ଆଡକୁ ଟାଣିନିଏ। ଗରୁଡ ପୁରାଣରେ ବର୍ଣ୍ଣିତ ରହିଛି ସେଭଳି ୫ ଅଭ୍ୟାସ ବିଷୟରେ। ଯଦି ଆପଣଙ୍କର ସେଭଳି ଅଭ୍ୟାସ ଥାଏ ତେବେ ତୁରନ୍ତ ତାକୁ ଛାଡ଼ିଦେବା ଉଚିତ। ତେବେ ଜାଣିରଖନ୍ତୁ:-

    - ଅପରିଷ୍କାର ପୋଷାକ ପିନ୍ଧିବା: ଗରୁଡ଼ ପୁରାଣ ଅନୁଯାୟୀ ଯଦି କେହି ସବୁ ସମୟରେ ଅପରିଷ୍କାର ପୋଷାକ ପିନ୍ଧିଥାଏ ତେବେ ମା’ ଲକ୍ଷ୍ମୀ ତାଙ୍କ ଉପରେ ଖପ୍ପା ହୋଇଥାନ୍ତି। କାରଣ ମା’ଙ୍କୁ ସଫାସୁତୁରା ରହିବା ବେଶ ପସନ୍ଦ। ଯେଉଁ ଘରେ ସେ ବାସ କରନ୍ତି ସେଠାରେ ସ୍ବଚ୍ଛତା ରହିଥାଏ।

    - ଅନ୍ୟର ଅବଗୁଣ ଚର୍ଚ୍ଚା କରୁଥିବା ବ୍ୟକ୍ତି: ଯଦି କେହି ଅଭ୍ୟାସ ବଶତଃ ସର୍ବଦା ଅନ୍ୟର ଆଲୋଚନା କରିଥାଏ ତେବେ ତାଙ୍କ ଜୀବନରେ ଦରିଦ୍ରତା ଭରି ରହିଥାଏ। ଏହି ସ୍ବଭାବ ଯୋଗୁ ବିନା କଥାରେ ରାଗିବା, ଅନ୍ୟ ବିଷୟରେ ଖରାପ ଚର୍ଚ୍ଚା ଏବଂ ଖରାପ କଥା କହୁଥିବା ଲୋକଙ୍କ ଜୀବନରେ ଧନର ଅଭାବ ସର୍ବଦା ରହିଥାଏ।

    - ଧନକୁ ନେଇ ଗର୍ବ: ଯେଉଁ ବ୍ୟକ୍ତି ପାଖରେ ଧନକୁ ନେଇ ଗର୍ବ ଥାଏ। ସେ ମନରୁ ଦୁର୍ବଳ ହୋଇଯାଏ। ଏହି ବ୍ୟକ୍ତିଙ୍କ ଘରେ ଲକ୍ଷ୍ମୀ ଅଧିକ ସମୟ ଧରି ବସବାସ କରନ୍ତି ନାହିଁ।

    - କଷ୍ଟ କରିବାକୁ ଡରିବା:- ଯଦି କେହି ଆଳସ୍ୟ ପରାୟଣ ହୋଇଥାଏ, ତାଙ୍କୁ ଦିଆଯାଇଥିବା କାମକୁ ଠିକ୍‌ ଭାବେ କରିପାରେନାହିଁ ତେବେ ତାଙ୍କ ଉପରେ ମା’ ଲକ୍ଷ୍ମୀ ଖପ୍ପା ହୋଇଥାନ୍ତି। ଯେଉଁ ଲୋକ ଅନ୍ୟର ଗୋଡ ଟାଣିବାକୁ ଚେଷ୍ଟା କରିଥାନ୍ତି ତାଙ୍କଠାରୁ ସଫଳତା ଦୂରକୁ ଚାଲିଯାଇଥାଏ।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook