Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ଘରେ ରଖନ୍ତୁ ଏହି ପ୍ରତୀମା, ମିଳିବ ଆକର୍ଷଣୀୟ ଲାଭ

    Share on :
    ajab-Image
    Date: Dec 3, 2022    Views: 6781

    ଭୁବନେଶ୍ୱର: ବାସ୍ତୁଶାସ୍ତ୍ର ଅନୁଯାୟୀ ଏମିତି କିଛି ପ୍ରତୀମା ରହିଛି, ଯାହାକୁ ଘରେ ରଖିଲେ ଘରର ସାଜସଜ୍ଜା ଆକର୍ଷଣୀୟ ଲାଗିବା ସହ ସମୃଦ୍ଧିର ପଥ ଖୋଲି ଯାଇଥାଏ । ଯେମିତିକି:

    ହାତୀ: ବାସ୍ତୁଶାସ୍ତ୍ର ଅନୁସାରେ, ହାତୀର ପ୍ରତୀମା ଐଶ୍ୱର୍ଯ୍ୟର ପ୍ରତୀକ ହୋଇଥାଏ । ପିତଳ କିମ୍ବା ରୂପାର ହାତୀ ପ୍ରତୀମା ଘରେ ରଖିଲେ ଧନ, ସମୃଦ୍ଧି ବୃଦ୍ଧି ହୁଏ । ଏପରିକି ଶୟନକକ୍ଷରେ ରୂପାର ହାତୀ ପ୍ରତୀମା ରଖିଲେ, ରାହୁ ସମ୍ବନ୍ଧିତ ସବୁ ଦୋଷ ଦୂର ହୋଇଯାଏ ବୋଲି ବିଶ୍ୱାସ ରହିଛି ।

    ହଂସ: ଘରର ଅତିଥି ଗୃହରେ ଯୋଡି ହଂସଙ୍କର ପ୍ରତୀମା ରଖିଲେ ଆର୍ଥିକ ଅଭିବୃଦ୍ଧି ହୁଏ । ବୈବାହିକ ଜୀବନରେ ଅଶାନ୍ତି ଲାଗି ରହୁଥିଲେ ଶୟନ କକ୍ଷରେ ଯୋଡି ହଂସଙ୍କର ପ୍ରତୀମା ରଖିବା କୁଆଡେ଼ ଶୁଭ ହୋଇଥାଏ ।

    କଇଁଛ: ଭଗବାନ ବିଷ୍ଣୁଙ୍କର ଏକ ସ୍ୱରୂପ ହେଉଛି କଇଁଛ । ଯେଉଁଠାରେ କଇଁଛ ପ୍ରତୀମା ଥାଏ, ସେଠାରେ ମା’ ଲକ୍ଷ୍ମୀ ବାସ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ତେଣୁ ଡ୍ରଇଂ ରୁମର ପୂର୍ବ କିମ୍ବା ଉତ୍ତର ପାର୍ଶ୍ୱରେ କଇଁଛର ପ୍ରତୀମା ରଖିଲେ ଘରେ ଧନ ବୃଦ୍ଧି ହୁଏ । ତେବେ ଧ୍ୟାନ ଦେବେ, କଇଁଛର ମୁହଁ ଯେମିତି ଘରର ଭିତର ଆଡକୁ ରହୁଥିବ ।

    ଗାଈ: ଯେଉଁ ଦମ୍ପତିଙ୍କର ସନ୍ତାନ ପ୍ରାପ୍ତିକୁ ନେଇ ଚିନ୍ତା ଥାଏ, ସେମାନେ ଘରେ ପିତଳର ଗାଈ ଓ ବାଛୁରୀ ଥିବା ପ୍ରତୀମା ରଖିଲେ ଆଶା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ବିଦ୍ୟାର୍ଥୀଙ୍କ ପାଇଁ ବି ଘରେ ଗାଈ ପ୍ରତୀମା ରଖିବା ଶୁଭ ହୋଇଥାଏ ।

    ଓଟ: ଡ୍ରଇଂ ରୁମ୍ ଅବା ଲିଭିଙ୍ଗ୍ ରୁମର ଉତ୍ତର-ପଶ୍ଚିମ ପାର୍ଶ୍ୱରେ ଓଟର ପ୍ରତୀମା ରଖିଲେ, ବ୍ୟବସାୟ, ଚାକିରୀ କ୍ଷେତ୍ରରେ ଉନ୍ନତି ହୋଇଥାଏ ବୋଲି ବିଶ୍ୱାସ ରହିଛି ।

     

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook