Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ଘରେ ଏପରି ବନାନ୍ତୁ ବଗିଚା, ସୁଧୁରିବ ବାସ୍ତୁଦୋଷ

    Share on :
    ajab-Image
    Date: Aug 5, 2022    Views: 5934

    ଭୁବନେଶ୍ୱର: ଘରର ପରିବେଶକୁ ନିର୍ମଳ ଆଉ ସୁସ୍ଥ ରଖିବା ସହ ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ ବଗିଚା। ଆଉ ଯଦି ଏହି ବଗିଚାର ସବୁ ଜିନିଷକୁ ବାସ୍ତୁ ଅନୁଯାୟୀ ସଜାଯାଏ, ତା’ହେଲେ ଏହା ଘର ପାଇଁ କି ଉପକାର ଆଣିଥାଏ ଆସନ୍ତୁ ଜାଣିବା ସେ ସମ୍ପର୍କରେ…

    *ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ବଗିଚା ପାଇଁ ଉତ୍ତର ତଥା ପୂର୍ବ ଦିଗ ହେଉଛି ସର୍ବୋତ୍ତମ। କୁହାଯାଏ, ଘରର ଉତ୍ତର ଦିଗରେ ବଗିଚା ରହିଲେ ଘର ଲୋକଙ୍କର ଉନ୍ନତି ହୋଇଥାଏ। ବିଶେଷକରି ଏହି ଦିଗରେ ଥିବା ବଗିଚାରେ ତୁଳସୀ ଗଛ ରହିଲେ ଶୁଭ ଫଳ ମିଳିଥାଏ।

    * ଉତ୍ତର ଦିଗରେ ଥିବା ବଗିଚାରେ ଛୋଟ ଛୋଟ ଗଛ ତଥା ବିନା କଣ୍ଟା ବାଲା ଗଛ ଲଗାଇବା ଶୁଭ ହୋଇଥାଏ।

    * ବଗିଚାରେ ଓ୍ବାଟର୍‌ ଫାଉଣ୍ଟେନ୍‌ ଲଗାଇବାର ଇଚ୍ଛା ଥିଲେ ଏହାକୁ ଆପଣ ଚାହିଁଲେ ଉତ୍ତର ଦିଗରେ ଥିବା ବଗିଚାରେ ଲଗାଇପାରିବେ।

    * ଅନ୍ୟପକ୍ଷେ ପୂର୍ବ ଦିଗରେ ଥିବା ବଗିଚାରେ ଫଳ ହେଉଥିବା ଗଛ ଲଗାଇଲେ ଭଲ ଲାଭ ହୋଇଥାଏ। ଆଉ ଯଦି ଏହି ଦିଗରେ କିଛି ଛୋଟ ଛୋଟ ଗଛ ଲଗାଇବାକୁ ଚାହୁଁଥାନ୍ତି, ତା’ହେଲେ କୁଣ୍ଡରେ ଏହାକୁ ଲଗାଇ ରଖିପାରିବେ।

    * ଯଦି ଉତ୍ତର କିମ୍ବା ପୂର୍ବ ଦିଗରେ ବଗିଚା କରିବା ପାଇଁ ସୁବିଧା ନାହିଁ, ତା’ହେଲେ ସେ କ୍ଷେତ୍ରରେ ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ବଗିଚା କରିପାରିବେ। କିନ୍ତୁ ଏହି ବଗିଚାରେ ଲାଗିଥିବା ଗଛ ଘରର କାନ୍ଥକୁ ନଲାଗି ଟିକେ ଛାଡିକି ରହିଲେ ଭଲ।

    * ସେହିପରି ଘରର ମୁଖ୍ୟଦ୍ୱାର ଯଦି ପଶ୍ଚିମ କିମ୍ବା ଦକ୍ଷିଣ ଦିଗକୁ ରହିଥାଏ, ତା’ହେଲେ ଉକ୍ତ ଦ୍ୱାର ନିକଟରେ କୌଣସି ଲତା ଜାତୀୟ ଗଛ ଲଗାଇ ଘରର ବାସ୍ତୁଦୋଷକୁ ଦୂର କରାଯାଇପାରେ।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook