Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ସୁଖଶାନ୍ତି ବୃଦ୍ଧିରେ ଲୁଣର ଭୂମିକା

    Share on :
    ajab-Image
    Date: May 1, 2022    Views: 4582

    ଭୁବନେଶ୍ୱର: ଘରର ସୁଖ ଶାନ୍ତି ବୃଦ୍ଧି କରିବାରେ ମଧ୍ୟ ଲୁଣର ରହିଛି ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା। ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ସଦସ୍ୟଙ୍କ ଭିତରେ କଳହ ଲାଗୁଥିଲେ କିମ୍ବା ସ୍ବାମୀସ୍ତ୍ରୀଙ୍କ ଭିତରେ ବାରମ୍ବାର ମନାନ୍ତର ହେଉଥିଲେ, ଶୟନ କକ୍ଷର ଗୋଟିଏ କୋଣରେ କିଛି ଲୁଣ ଗିନାରେ ଭର୍ତ୍ତି କରି ରଖିଦେବେ। ମାସେ ପରେ ଉକ୍ତ ଲୁଣକୁ କାଢିନେଇ ପୂର୍ନବାର ସେହି ଉପାୟରେ କିଛି ନୂଆ ଲୁଣକୁ ରଖିବେ। କିଛିଦିନ ଏପରି କଲେ ଘରେ ଶାନ୍ତି ବଜାୟ ରହିଥାଏ ବୋଲି ବିଶ୍ୱାସ କରାଯାଏ। 

    ଏହାଛଡ଼ା କେହି କେହି ବିଶ୍ୱାସ କରନ୍ତି ଯେ, ଘର ପୋଛିବା ସମୟରେ ପାଣିରେ କିଛି ଲୁଣ ମିଶାଇ ପୋଛିଲେ ଘରେ ଥିବା ନକାରାତ୍ମକ ଊର୍ଜ୍ଜା ନଷ୍ଟ ହୋଇ ଘରେ କ୍ରମେ ସୁଖଶାନ୍ତି ବୃଦ୍ଧି ପାଇଥାଏ। ଏହି ଉପାୟ ଦ୍ୱାରା ମାନସିକ ଅଶାନ୍ତି ଦୂର ହୋଇ ଘରେ ସକାରାତ୍ମକ ଊର୍ଜା ମଧ୍ୟ ଉତ୍ପନ୍ନ ହୋଇଥାଏ। ସେହିପରି, ଘରେ କାହାରି ଦେହ ଖରାପ ହୋଇଥିଲେ, ତାଙ୍କ ମୁଣ୍ଡ ପାଖରେ ଗିନାରେ କିଛି ଲୁଣ ରଖିଦେଲେ, କୁହାଯାଏ ଧୀରେ ଧୀରେ ରୋଗୀ କୁଆଡ଼େ ଠିକ୍‌ ହେବାକୁ ଲାଗିଥାନ୍ତି। କିନ୍ତୁ ଧ୍ୟାନ ଦେବେ ଶୋଇଲା ବେଳେ ରୋଗୀଙ୍କ ମୁଣ୍ଡ ଯେମିତି ପୂର୍ବ ଦିଗକୁ ରହୁଥିବ, ଯଦ୍ବାରା ଶୀଘ୍ର ସୁଫଳ ମିଳିପାରିବ।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook