Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ଦୀପ ଜଳେଇବା ବେଳେ କରୁନାହାଁନ୍ତି ତ’ ଏହି ଭୁଲ୍

    Share on :
    ajab-Image
    Date: Apr 30, 2022    Views: 4795

    ଭୁବନେଶ୍ୱର: ସନାତନ ଧର୍ମରେ ଦେବୀ ଦେବତାଙ୍କ ପୂଜାକୁ ସବୁଠୁ ମହତ୍ତ୍ବପୂର୍ଣ୍ଣ ଅଂଶ ବୋଲି କୁହାଯାଇଛି। ଏପରି କୁହାଯାଇଥାଏ ଯେ ଆମେ କରିଥିବା ପାପର କ୍ଷମା ମାଗିବା ପାଇଁ ଆଳତୀ କରିଥାଉ। ଆଳତୀ କରିବା ଦ୍ବାରା ବ୍ୟକ୍ତିଙ୍କ ମନକୁ ଶାନ୍ତି ମିଳିଥାଏ। ଏହା ବ୍ୟତୀତ ଯଦି ଆପଣ ଭଗବାନଙ୍କୁ ସ୍ବଚ୍ଛ ମନରେ ଭଗବାନଙ୍କୁ ଆଳତୀ କରିଥାନ୍ତି ତେବେ ଘରର ବାସ୍ତୁଦୋଷ ମଧ୍ୟ ଦୂର ହୋଇଯାଇଥାଏ। କିନ୍ତୁ ଯଦି ଆପଣ ଦୀପ ଜଳାଇବା ସମୟରେ ଏସବୁ କଥା ପ୍ରତି ଧ୍ୟାନ ରଖୁନାହାନ୍ତି ତେବେ ଆପଣଙ୍କ ଘରୁ ସୁଖ ଶାନ୍ତି ଖୁବ୍ ଶୀଘ୍ର ଚାଲିଯାଇଥାଏ। ଏହା ବ୍ୟତୀତ ଆପଣଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ତେବେ ଆସନ୍ତୁ ଆଜି ଆମେ ଜାଣିବା ଦୀପ ଜଳାଇବା ସମୟରେ କେଉଁ କେଉଁ ଭୁଲ୍ କରିବା ଅନୁଚିତ୍।

    1 . ଯଦି ଆପଣ ଘରେ ଘିଅର ଦୀପ ଜଳାଉଛନ୍ତି ତେବେ ଆପଣଙ୍କୁ ଏଥିପାଇଁ ସ୍ବଚ୍ଛ ଦୀପ ବ୍ୟବହାର କରିବା ଉଚିତ୍।

    2 . ଯଦି ଆପଣ ଘରେ ତେଲର ଦୀପ ଜଳାଉଛନ୍ତି ତେବେ ଆପଣ ଲାଲ ସୂତାର ସଳିତା କରି ଦୀପ ଜଳାନ୍ତୁ।

    3 . ଯଦି ଆପଣ ନିୟମିତ ଭାବରେ ଘରର ଦୁଆରେ ଦୀପ ଜଳାଉଛନ୍ତି ତେବେ ଏହା ଦ୍ବାରା ମାତା ଲକ୍ଷ୍ମୀ ଖୁସି ହୁଅନ୍ତି। କିନ୍ତୁ ଏହି କଥା ଧ୍ୟାନ ରଖନ୍ତୁ ଯେ ଦୀପକୁ ସିଧା ତଳେ ରଖନ୍ତୁ ନାହିଁ। ଏହାକୁ ରଖିବା ପାଇଁ ଚାଉଳ କିମ୍ବା ଅନ୍ୟ ଜିନିଷର ବ୍ୟବହାର କରନ୍ତୁ।

    4 . ଯଦି ଆପଣ ଘରେ ପିଇବା ପାଣି ବାସନ ପାଖରେ ଘିଅର ଦୀପ ଜଳାଇ ରଖୁଛନ୍ତି ତେବେ ଏପରି କରିବା ଦ୍ବାରା ଆପଣଙ୍କୁ ଅଜସ୍ର ଧନଲାଭ ହେବ ଏବଂ କେବେ ବି ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହେବ ନାହିଁ।

    5 . କେବେ ବି ଜଳୁଥିବା ଦୀପକୁ ଫୁଙ୍କି ଲିଭାନ୍ତୁ ନାହିଁ। ଏପରି କରିବା ଅଶୁଭ ବୋଲି କୁହାଯାଇଛି। ଏପରି କରିବା ଦ୍ବାରା ମାଆ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି।

    6 . ଯଦି ଆପଣ ଦୀପ ଜଳାଇବା ସମୟରେ କିଛି କଥା ଉପରେ ଧ୍ୟାନ ରଖୁଛନ୍ତି ତେବେ ଆପଣଙ୍କ ଘରେ ସବୁବେଳେ ସୁଖ ଶାନ୍ତି ସମୃଦ୍ଧି ରହିବ। ଏହା ସହିତ ଆପଣଙ୍କୁ ଆପଣଙ୍କ ଘରର ଦେବୀ ଦେବତାଙ୍କ ଆଶୀର୍ବାଦ ମିଳିଥାଏ, ତେଣୁ ସବୁବେଳେ ଦୀପ ଜଳାନ୍ତୁ।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook